କଟକ: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ଆଜି ପରଲୋକ ଘଟିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ କଟକର ବଡ଼ ମେଡିକାଲରେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ବିପିନ ବିହାରୀ ରଥଙ୍କୁ ୯୦ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ସେ କଟକର କନିକା ରୋଡ୍ ବାସଭବନରେ ଅବସ୍ଥାନ କରୁଥିଲେ।
/sambad/media/post_attachments/wp-content/uploads/2020/03/b-ratha.jpg)
ସେ ବହୁ ବର୍ଷ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ବିଶ୍ବହିନ୍ଦୁ ପରିଷଦ ଭଳି ଜାତୀୟତାବାଦୀ ସଂଗଠନ ସହ ଜଡ଼ିତ ଥିଲେ। ବିପିନ ବିହାରୀ ରଥ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ବିଶ୍ବନାଥ ରଥ ହେଉଛନ୍ତି ବିପିନ ବିହାରୀ ରଥଙ୍କ ସୁପୁତ୍ର। ଜଣେ ଆଇନଜୀବୀ ଭାବେ ସେ ବେଶ ଲୋକପ୍ରିୟ ଥିଲେ।
ପୁରୀର ସ୍ବର୍ଗଦ୍ବାରଠାରେ ବିପିନ ବିହାରୀ ରଥଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ତାଙ୍କର ବିୟୋଗରେ କଟକରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Bipin-Bihari-Ratha-Died_Thumbnail.jpg)