ନବୀନ ନିବାସ ସାମନାରେ ବିଜେଡି ନେତାଙ୍କ ଧସ୍ତାଧସ୍ତି, ପ୍ରମୋଦ, ପ୍ରଭାତ ଓ ଅଶ୍ବିନୀଙ୍କ ପାଇଁ ବିକ୍ଷୋଭ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଉପକୂଳ ଜିଲ୍ଲାରେ ବିଜେଡି କାହାକୁ କେଉଁ ଆସନରୁ ପ୍ରାର୍ଥୀ କରିବ ସେ କାର୍ଡ଼ ଏେବସୁଦ୍ଧା ବିଜେଡି ମୁଖିଆ ଖୋଲିନାହାନ୍ତି। କିନ୍ତୁ ଉପକୂଳ ରାଜନୀତି ସରଗରମ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତାଙ୍କ ବିରୋଧରେ ନବୀନ ନିବାସରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମଙ୍ଗଳବାର ନିଆଳି ବିଧାୟକ ପ୍ରମୋଦ  କୁମାର ମଲ୍ଲିକଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହେବାସହ ଧସ୍ତାଧସ୍ତି ହୋଇଛନ୍ତି। ସେହିପରି ବିଜେଡିର ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାରିବାରିକ ରାଜନୀତିକୁ ପ୍ରଶୟ ନଦେବାକୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ରଙ୍କୁ ଟିକେଟ ନଦେବାକୁ ନବୀନ ନିବାସ ଆଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ୫୦୦ରୁ ଅଧିକ ସମର୍ଥକ ନବୀନ ନିବାସ ଆସି ଶ୍ରୀମଲ୍ଲିକଙ୍କୁ ଟିକେଟ ଦେବା ସପକ୍ଷରେ ନାରାବାଜି କରୁଥିବାବେଳେ ସ୍ଥାନୀୟ ଯୁବ ବିଜେଡି ନେତା ତୃପ୍ତି ରଞ୍ଜନ ବେହେରାଙ୍କ ସମର୍ଥକ ପ୍ରମୋଦଙ୍କୁ ଟିକେଟ ନଦେଇ ତୃପ୍ତିଙ୍କୁ ଟିକେଟ ଦେବାକୁ ନାରାବାଜି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ଗୋଷ୍ଠୀର କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ବି ଶ୍ରୀବେହରାଙ୍କ ସମର୍ଥକମାନେ ନବୀନ ନିବାସ ବାହାର ଫାଟକ ସମ୍ମୁଖରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର