ସପ୍ତମ କିସ୍ତିରେ ଚକ୍‌ମା : ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଟିକେଟ୍ କଟିଲା, ବାଦ୍‌ ପଡ଼ିଲେ ପ୍ରବୀଣ, ଦେବାଶିଷ, ସାହିବା ସୁଶୀଲ୍

ନୂଆ ମୁହଁ ସୁନନ୍ଦା, ବାସନ୍ତୀ, ରୋମାଞ୍ଚଙ୍କୁ ଭରସା, ଭର୍ତୃହରି କଟକ ଲୋକସଭା ଆସନର ବିଜେଡି ପ୍ରାର୍ଥୀ, ଶେଷ ୧୦ ବିଧାନସଭା ଓ ୨ ଲୋକସଭା ଆସନକୁ ନଜର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ହେଭିୱେଟ ମନ୍ତ୍ରୀ ତଥା ଅର୍ଥ, କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳୁଥିବା ଶଶିଭୂଷଣ ବେହେରାଙ୍କୁ ଆଜି ଜବରଦସ୍ତ ଝଟକା ଲାଗିଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଆଜି ସପ୍ତମ କିସ୍ତିରେ ଯେଉଁ ୯ଟି ବିଧାନସଭା ଓ ଗୋଟିଏ ଲୋକସଭା (କଟକ) ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି, ସେଥିରେ ତାଙ୍କ ନାମ ନାହିଁ। ନବୀନଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ମନ୍ତ୍ରୀ ହିସାବରେ ଶଶିଙ୍କୁ ଦଳ ଟିକେଟ୍ ଦେଇନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଘନିଷ୍ଠ େବାଲି ଦାବି କରୁଥିବା ଚାରିଥରିଆ ବିଧାୟକ େଦବାଶିଷ ନାୟକଙ୍କ ଟିକେଟ୍ ମଧ୍ୟ କଟିଯାଇଛି। ଯାଜପୁର ଜିଲ୍ଲାର ବରି ଆସନରୁ ସମ୍ପୂର୍ଣ୍ଣ ନୂଆମୁହଁ େଦବାକୁ ଯାଇ ବିଜେଡି ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ନାୟକଙ୍କୁ ଟିକେଟ୍ ଦେବା ଲାଗି ସମର୍ଥକମାେନ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ। ବିେଜଡି ରାଜ୍ୟ ସଂପାଦକ ବିଜୟ ନାୟକଙ୍କ ସମର୍ଥକ ବି ଅନୁରୂପ ଭାବେ ଦାବି କରି ଜଣାଇଥିଲେ େଯ ଦେବାଶିଷଙ୍କ ଟିକେଟ୍ କଟାଯାଉ। ସେ ସ୍ଥାନରେ ବିେଜଡି ମୁଖିଆ ବିଜୟଙ୍କୁ ପ୍ରାର୍ଥୀ କରନ୍ତୁ। େଶଷରେ ନବୀନ ଉଭୟଙ୍କ ଚାପକୁ କାଟି ସମ୍ପୂର୍ଣ୍ଣ ନୂଆମୁହଁ ଉପରେ ଭରସା କରିଛନ୍ତି।

ବରି ବ୍ଲକର ବିେଜପି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ସ୍ବାଧୀନ ପ୍ରାର୍ଥୀ ଭାବେ ସଂଗଠନ କରି ବ୍ଲକ ଅଧ୍ୟକ୍ଷ ପଦବି ହାତେଇଥିଲେ। ସେତେବେଳେ ସୁନନ୍ଦାଙ୍କୁ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଥିଲେ। ପରେ ୨୦୧୭ ଜୁଲାଇରେ ବିଶ୍ବଙ୍କ ସହିତ ସୁନନ୍ଦା ବି ବିେଜପିରେ ସାମିଲ େହାଇଥିଲେ। ଆଜି ସକାେଳ ସୁନନ୍ଦା ବିେଜଡିରେ େଯାଗ ଦେବା ପରେ ସନ୍ଧ୍ୟାରେ ଦଳ ତାଙ୍କୁ ବରିରୁ ଲଢାଇବାକୁ େଘାଷଣା କରିଛି। ଏହାଦ୍ବାରା ବିେଜପିକୁ କିଛି ମାତ୍ରାରେ କ୍ଷତି ପହଞ୍ଚିବ େବାଲି େନତୃତ୍ବ ଆଶା ବାନ୍ଧିଛନ୍ତି।

ଗୁରୁତ୍ବପୂର୍ଣ୍ଣ ମୟୂରଭଂଜର େମାରଡ଼ା ଆସନରୁ ବିଧାୟକ ତଥା ରାଜା ପ୍ରବୀଣ ଚନ୍ଦ୍ର ଭଂଜଦେଓଙ୍କ ଟିକେଟ୍ କାଟି ଦିଆଯାଇଛି। ଟିକେଟ ମିଳୁନାହିଁ େବାଲି ଜାଣି ଆଜି ପୂର୍ବାହ୍ନରେ ସେ ଦଳରୁ ଇସ୍ତଫା ଦେଇଥିଲେ। ନବୀନ ତାଙ୍କୁ ମନାଇବା ପରିବର୍ତେ ବିଜେପିରୁ ଆସିଥିବା ରାଜ କିେଶାର ଦାସଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି। ସେହିପରି ରାଇରଙ୍ଗପୁର ବିଧାୟକ ସାହିବା ସୁଶୀଲ କୁମାର ହାଁସଦାଙ୍କ ଟିକେଟ୍ କଟିଛି। ସେଠାରେ ବାସନ୍ତୀ ମାର୍ଣ୍ଡିଙ୍କୁ ନବୀନ ଭରସା କରିଛନ୍ତି। ବାସନ୍ତୀ ପୂର୍ବରୁ ରାଇରଙ୍ଗପୁର ବ୍ଲକର ଦୁଇ ଥର ଅଧ୍ୟକ୍ଷା ଥିଲେ। ସେତେବେଳେ ସେ କଂଗ୍ରେସ ଦଳରେ ଥିଲେ। ପରେ ସେ ବିେଜଡିରେ େଯାଗଦେଇଥିଲେ ଓ ତାଙ୍କୁ ଦଳ ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତି େଦଇଥିଲା। ବସ୍ତାରେ ବିଧାୟକ ନିତ୍ୟାନନ୍ଦଙ୍କୁ ଦଳ ଦୋହରାଇଛି। ଦେବଗଡରେ ପୂର୍ବତନ ବିଧାୟକ ସଂଜୀବ ପ୍ରଧାନଙ୍କ ପତ୍ନୀ ଅନୀତା ପ୍ରଧାନଙ୍କ ବଦଳରେ ରୋମାଞ୍ଚ ରଂଜନ ବିଶ୍ବାଳ ଏଥର ବିେଜଡିରୁ ଲଢିବେ। ସେ ଯୁବ ବିେଜଡିର ରାଜ୍ୟ ସଂପାଦକ ଅଛନ୍ତି।

ସବୁଠାରୁ ବଡ଼ କଥା େହଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଖାର୍ଧା ଜିଲ୍ଲାରେ ବଡ଼ ଧରଣର ପରୀକ୍ଷା ନିରୀକ୍ଷା କରିଛନ୍ତି। କିଛି ପ୍ରମୁଖ େନତାଙ୍କର ଟିକେଟ କାଟିନାହାନ୍ତି ସତ, କିନ୍ତୁ ତାଙ୍କୁ ଅଗ୍ନି ପରୀକ୍ଷା ଦେବା ଲାଗି ଆହ୍ବାନ େଦଇଛନ୍ତି। ପୂର୍ବରୁ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ନାମ େଘାଷଣା େହାଇଥିଲା। ଏକାମ୍ର ଭୁବନେଶ୍ବର ଆସନରୁ ମନ୍ତ୍ରୀ ଅେଶାକ ପଣ୍ଡା ଲଢିବେ େବାଲି ଶୁଣାଇଥିଲେ। ଆଜି କିନ୍ତୁ ମନ୍ତ୍ରୀ ଶଶିଭୂଷଣଙ୍କ ଟିକେଟ୍ କାଟି ଜୟଦେବ ନିର୍ବାଚନମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସେହିଭଳି େଖାର୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ସ୍ଥାନରେ ବିେଜପିରୁ ଆସିଥିବା ପୂର୍ବତନ ବିଧାୟକ େଜ୍ୟାତିରିନ୍ଦ୍ର ନାଥ ମିତ୍ରଙ୍କୁ ବିେଜଡି ପ୍ରାର୍ଥୀ କରିଛି। ତେବେ ରାଜେନ୍ଦ୍ରଙ୍କୁ ନିରାଶ ନ କରି ଦଳ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିର୍ବାଚନମଣ୍ଡଳୀ େବାଲଗଡ-ବେଗୁନିଆ ଆସନରୁ ଲଢାଇବାକୁ ନିଷ୍ପତ୍ତି େନଇଛି। ପ୍ରଶାନ୍ତଙ୍କୁ ଚିିଲିକାରୁ ପ୍ରତିନିଧିତ୍ବ କରିବା ଲାଗି ନବୀନ ସୁେଯାଗ ଦେଇଛନ୍ତି। ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟିେକଟ୍ ମିଳିନାହିଁ। ଭୁବନେଶ୍ବର ମଧ୍ୟ ଓ ଉତ୍ତର ବିଧାନସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ରିେପାର୍ଟ େଲଖା େହବା ପର୍ଯ୍ୟନ୍ତ ଚୂଡାନ୍ତ େହାଇପାରିନାହିଁ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ୧୮ େଲାକସଭା ଆସନ ଲାଗି ପ୍ରାର୍ଥୀ େଘାଷଣା କରିସାରିଥିଲେ। ଆଜି କଟକ ଆସନରୁ ସାଂସଦ ଭର୍ତୃହରି ମହତାବ ଲଢିବେ େବାଲି ବିେଜଡି ସ୍ପଷ୍ଟ କରିଛି। ଫଳରେ ଏହି ଆସନକୁ ନେଇ ବିଭିନ୍ନ ମହଲରେ େଯଉଁ ଉତ୍କଣ୍ଠା ପ୍ରକାଶ ପାଇଥିଲା, ସେଥିରେ ପରିସମାପ୍ତି ଘଟିଛି।

ଉଲ୍ଲେଖଯୋଗ୍ୟ, େଢଙ୍କାନାଳ ଓ େକନ୍ଦୁଝର େଲାକସଭା ଆସନ ଲାଗି ବିେଜଡି ଏଯାଏ ପ୍ରାର୍ଥୀ େଘାଷଣା କରିନାହିଁ। ସେହିଭଳି ବିଧାନସଭା େକ୍ଷତ୍ରରେ ମଧ୍ୟ ଆଉ ୧୦ଟି ଆସନ ଲାଗି ପ୍ରାର୍ଥୀ େଘାଷଣା ଅଟକିଛି।

ସମ୍ବନ୍ଧିତ ଖବର