ଡ୍ୟୁଟିରେ ଥିବା ଅଫିସରଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗରେ ଧର୍ମେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଅବାଧ ତଥା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିଥିବା ଅଭିଯୋଗ କରିଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଗତକାଲି ଡ୍ୟୁଟିରେ ଥିବା ଅଫିସରଙ୍କୁ ଖରାପ ବ୍ୟବହାର କରିବା ସହ ହେଲିକପ୍ଟର ଯାଞ୍ଚ କରିବା ପାଇଁ ମନା କରିଦେଇଥିଲେ । ଗତକାଲି ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ସରକାରୀ ଅଫିସରଙ୍କୁ ଖରାପ ବ୍ୟବହାର କରିବାର ଚିତ୍ର ଦେଖିବାକୁ ମିଳିଥିଲା ।

ନିର୍ବାଚନ ପ୍ରକ୍ରିିୟାକୁ ସମ୍ମାନ ଦେଇ ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲିର ଏତାଦୃଶ ଲଜ୍ଜାଜନକ ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଜି ଦାବି କରିଛି ବିଜେଡ଼ି । ଜଣେ ରାଜନେତା ହିସାବରେ ଅତି ଅମାନବୀୟ ତଥା ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଛି ବିଜେଡ଼ି । ଏହାସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁଟକେସରେ ବିପୁଳ ପରିମାଣର ଟଙ୍କା ଥିବାର ମଧ୍ୟ ସନ୍ଦେହ କରାଯାଉଛି ବୋଲି ବିଜେଡ଼ି କହିଛି । ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।

The Indian Express

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟରର ଫ୍ଲାଇଂ ସ୍କ୍ଵାଡ୍‌ ଯାଞ୍ଚକୁ ବିରୋଧ କରିଥିଲେ । ଯାଞ୍ଚର କାଗଜପତ୍ର ମାଗିବାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟଟକୁ ଯାଞ୍ଚ କରାଯାଉଛି କି ବୋଲି ଓଲଟା ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ଯାହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କର ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସମ୍ବନ୍ଧିତ ଖବର