‘ଯଦି ଟିକେଟ ମିଳେ ଲଢ଼ିବିି ନହେଲେ ଦଳ ପାଇଁ ପ୍ରଚାର କରିବି’: ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ଟିକେଟ୍‌ ପାଇବା ନେଇ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମୁହଁ ଖୋଲିଛନ୍ତି। ସିଦ୍ଧାନ୍ତ କହିଛନ୍ତି ଯେ, ‘ନବୀନ ନିବାସରୁ ଏପର୍ଯ୍ୟନ୍ତ ମୋତେ ଡାକରା ଆସିନାହିଁ। ସୁପ୍ରିମୋ ମୋ ସହ କିଛି ଆଲୋଚନା କରି ନାହାନ୍ତି। ମୁଁ ଟିକେଟ୍‌ ପାଇଁ ଆଦୌ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ ଦଳ ପାଇଁ ପ୍ରଚାର କରିବି ।’

ସିଦ୍ଧାନ୍ତ ପୂର୍ବରୁ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇଥର ବିଜୟୀ ହୋଇ କଂଗ୍ରେସର ହେଭିୱେଟ୍‌ ଚନ୍ଦ୍ରଶେଖର ସାହୁଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାପରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ରାଜନୀତି ଗୋଳମାଳିଆ ହୋଇପଡ଼ିଛି।ଏପରିକି ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆସିକା ଆସନ ଓ ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଆସନ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସିଦ୍ଧାନ୍ତଙ୍କ ବୟାନ ରାଜ୍ୟ ରାଜନୀତିକୁ ଦ୍ୱନ୍ଦରେ ପକାଉଛି ।

 

ସମ୍ବନ୍ଧିତ ଖବର