ପୁଷ୍ପେନ୍ଦ୍ର, ରମେଶ, ଚକ୍ରଧର ଓ ସାଲୁଗାଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି।

କଳାହାଣ୍ଡିରୁ ବିଜେଡି ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭାବେ ରମେଶ ମାଝୀ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭା ଆସନ ଲାଗି ଚକ୍ରଧର କହଁର ଓ ଉଦୟ ଗିରିରୁ ସାଲୁଗା ପ୍ରଧାନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ରାଉରକେଲା ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଯଥାକ୍ରମେ ସାରଦା ପ୍ରସାଦ ନାୟକ ଓ ସୁବ୍ରତ ତରାଇ ମଧ୍ୟ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ଖବର ଆସିଛି।

ସମ୍ବନ୍ଧିତ ଖବର