ମନାଇବାକୁ ‘ରାଜ୍ୟସଭା’ କାର୍ଡ

ବିଧାନ ପରିଷଦ ଓ ନିଗମକୁ ନେଇ ବି ଅଙ୍କକଷା, ସରୋଜିନୀଙ୍କ ସମେତ ମଇଦାନରେ ୬ ସାଂସଦ

ଭୁବନେଶ୍ବର : ବିଜୁ ଜନତା ଦଳ ଆଜି ବାରିପଦା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କୁ ବିେଜଡି ମୁଖିଆ ନବୀନ ପଟ୍ଟନାୟକ ଭରସା କରିନପାରି, ଏଥର ପାଇଁ ତାଙ୍କ ଟିକେଟ୍ କାଟି ଦେଇଛନ୍ତି। ସେ ଆସନରୁ ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍ ବିଜେଡି ପ୍ରାର୍ଥୀ ଭାବେ ଲଢିବେ।

ଏହାକୁ ମିଶାଇ ମୋଟ ୬ଜଣ ରାଜ୍ୟସଭା ସାଂସଦଙ୍କୁ ନବୀନ ଏଥର ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିଛନ୍ତି। େସମାନଙ୍କ ମଧ୍ୟରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ େଲାକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। େସହିଭଳି ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ େଦବ ଓ ସରୋଜିନୀ େହମ୍ବ୍ରମ୍ ବିଧାନସଭା ଆସନରେ ଲଢୁଛନ୍ତି। ଏଭଳି େଗାଟିଚାଳନାରେ ବିେଜଡି ସର୍ବକାଳୀନ େରକର୍ଡ ଅତିକ୍ରମ କରିଛି। ବର୍ତମାନ ରାଜ୍ୟସଭାରେ ବିେଜଡିର ୯ଜଣ ସାଂସଦ ଅଛନ୍ତି। ଜଣେ ସାଂସଦ କେବଳ କେଂଗ୍ରସର।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ବିେଜଡି ପ୍ରଥମ ଦାବିଦାର ଦଳ ଥିଲା। ଏଣୁ ସ୍ବାଭାବିକ ଭାବେ ଟିେକଟ୍ ଆଶାୟୀଙ୍କ ସଂଖ୍ୟା ବଢିଯାଇଥିଲା। େଯଉଁମାେନ ଟିକେଟ୍ ପାଇନାହାନ୍ତି, େସମାନଙ୍କ ମଧ୍ୟରୁ କିଛି େନତା ନୀତି, ଆଦର୍ଶକୁ ଜଳାଞ୍ଜଳି େଦଇ ପ୍ରତିପକ୍ଷ ଦଳରୁ ପ୍ରାର୍ଥୀ େହାଇଛନ୍ତି। ଆଉ କିଛି ଦଳ ଡେଇଁଛନ୍ତି, ହେଲେ ପ୍ରାର୍ଥୀ େହବା ପାଇଁ ତଥାପି ସୁେଯାଗ ନାହିଁ। ଅନୁରୂପ ଭାେବ କେଂଗ୍ରସ ଓ ବିେଜପିରୁ କିଛି େନତା ମଧ୍ୟ ବିେଜଡିକୁ ଆସିଛନ୍ତି।

ହେଲେ ଟିକେଟ୍ ନ ପାଇ ତଥାପି ବିେଜଡିରେ ରହିଥିବା ଓ େଶଷ ମୁହୂର୍ତରେ ନିଜ ଦଳ ଛାଡି ନବୀନଙ୍କୁ ସଶକ୍ତ କରିଥିବା େନତାଙ୍କୁ ବିେଜଡି େନତୃତ୍ବ କିଭଳି ଥଇଥାନ ଓ ସନ୍ତୁଷ୍ଟ କରୁଛନ୍ତି, ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ବର୍ତମାନର ରାଜନୈତିକ ଚିତ୍ରକୁ େଦଖି କେହି େକହି ୧୯୯୫ ମସିହାର ପୁନରାବୃତ୍ତି େହବ େବାଲି କହୁଥିଲେ ହେଁ, ନବୀନଙ୍କ ରାଜ୍ୟସଭା େଗାଟିଚାଳନା ଏବେ ଏ େକ୍ଷତ୍ରରେ ଏକ ବଡ କାର୍ଡ େହବ।

ବିେଜଡିର ଜଣେ ବରିଷ୍ଠ େନତାଙ୍କର କହିବା କଥା, ଦଳ କ୍ଷମତାକୁ େଫରିଲେ, ଏମାନଙ୍କ ମଧ୍ୟରୁ (େଯଉଁମାେନ ଟିକେଟ୍ ପାଇନାହାନ୍ତି) ନିର୍ବାଚନ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କିଛି େନତାଙ୍କୁ ନବୀନ ନିଗମ ମୁଆଁ ଧରାଇ ପାରନ୍ତି। ଏହାବ୍ୟତୀତ ବିଧାନ ପରିଷଦ ପ୍ରକ୍ରିୟାକୁ ବି ତ୍ବରାନ୍ବିତ କରାଯିବ।

ବିେଜଡିର ଶୀର୍ଷ େନତୃତ୍ବର କହିବା କଥା େହଉଛି, ଦଳ ଯଦି ଆଶାନୁରୂପକ ସଂଖ୍ୟା ହାସଲ କରେ ଓ ରାଜ୍ୟସଭା ସାଂସଦମାେନ ନିର୍ବାଚନ ଜିତନ୍ତି, ତେବେ ଏସବୁ ଆସନ ଦଳ ହାତଛଡା କରିବାର ନାହିଁ। ଏପରିସ୍ଥଳେ ପ୍ରମୁଖ େନତାମାନଙ୍କୁ ଦଳ ରାଜ୍ୟସଭା ସାଂସଦମାନଙ୍କ ଆସନରୁ ସଂସଦକୁ ପଠାଯିବ। ଏମିତିରେ ବି ଏହି ୬ଜଣ ସାଂସଦଙ୍କ ଛଡା ଆଉ େଗାଟିଏ ରାଜ୍ୟସଭା ଆସନ ଆସନ୍ତାବର୍ଷ ଖାଲି େହବ। ସାଂସଦ ରଂଜୀବ ବିଶ୍ବାଳଙ୍କର କାର୍ଯ୍ୟକାଳ ସରିବ। ଏଣୁ ଅତି କମରେ ୭ ବରିଷ୍ଠ େନତାଙ୍କୁ ରାଜ୍ୟସଭାରେ ଥଇଥାନ କରାଯାଇପାରିବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା େହଉଛି, ଅସନ୍ତୁଷ୍ଟ େନତାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ବିେରାଧୀଙ୍କ ଅପେକ୍ଷା ଶାସକ ଦଳ ପାେଖ ସୁବିଧା ଅଧିକ ରହିଥାଏ। ଆଉ ଯଦି ଦଳ ଜିତୁଛି େବାଲି ଆଶା ସୃଷ୍ଟି ହୁଏ, ତେବେ ଏହାର ଏକ ସକାରାତ୍ମକ ଫଳ ମିଳିବ ହିଁ ମିଳିବ।

ଉେଲ୍ଲଖଯୋଗ୍ୟ, ୨୦୧୪ ନିର୍ବାଚନ ସମୟରେ ତତ୍କାଳୀନ ବିେରାଧୀ ଦଳ େନତା ଭୂପିନ୍ଦର ସିଂହ େଶଷ ମୁହୂର୍ତରେ ସରକାରୀ ଦଳ ବିେଜଡିର ହାତ ଧରିଥିେଲ। ନିର୍ବାଚନ ମଇଦାନରେ ସେ ସମ୍ମୁଖ ଯୁଦ୍ଧକୁ ଆସିନଥିେଲ େହଁ ପରବର୍ତୀ ସମୟରେ ନବୀନ ତାଙ୍କୁ ରାଜ୍ୟସଭା ପଠାଇଥିଲେ। ୨୦୧୯ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇପାରେ। ଏଯାଏ ୨ଜଣ ବରିଷ୍ଠ େନତାଙ୍କୁ ନବୀନ ରାଜ୍ୟସଭା ଆଶା େଦଖାଇଛନ୍ତି। ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ େବାଲି ନବୀନ କହିଛନ୍ତି। ଏମାନଙ୍କ ବ୍ୟତୀତ ବିେଜପିରୁ ଆସିଥିବା ସୁବାସ ଚୌହାନ ଆଦିଙ୍କୁ ମଧ୍ୟ ନବୀନ ରାଜ୍ୟସଭା ପଦବି େଦଇପାରନ୍ତି। ଅବଶ୍ୟ ବିଜେଡି ଯଦି ବର୍ତମାନ ଭଳି ସଂଖ୍ୟା ହାସଲ କରେ, ତେବେ ଯାଇ ସମୁଦାୟ ଆସନକୁ ବ୍ୟବହାର କରିପାରିବ। ଅନ୍ୟଥା ଏଥିରୁ ବିେରାଧୀ ଭାଗ ବସାଇବା ସମ୍ଭାବନାକୁ ଏଡାଇ ଦେଇ େହବନାହିଁ।

ସମ୍ବନ୍ଧିତ ଖବର