ରାଜ୍ୟ ସରକାରଙ୍କୁ ପୁଣି ଘେରିଲେ ନିରଞ୍ଜନ : ପିଇବା ପାଣି ପାଇଁ କଣ କରିଛ କୁହ?

କେନ୍ଦ୍ରରୁ ପୁରସ୍କାର ଗୋଟାଉଛ, ରାସ୍ତା କାହିଁ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗତ ୧୮ ବର୍ଷ ମଧ୍ୟରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିବା ଆଳରେ ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ରାଜ୍ୟର ଋଣ ଭାର ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଯାଉଛି। ହେଲେ ରାଜ୍ୟର଼ ଗ୍ରାମାଞ୍ଚଳ ଏବ˚ ସହରାଞ୍ଚଳ ବାସିନ୍ଦା ନିରାପଦ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ରାଜ୍ୟ ସରକାର କୋୖଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ଏମିତି ସଙ୍ଗିନ୍ ଅଭିେଯାଗ ଆଣି ସରକାରଙ୍କୁ କଟୁ ସମାେଲାଚନା କରିଛନ୍ତି ଓଡ଼ିଶା ପ୍ରଦେଶ କ˚ଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ଏକ ପ୍ରେସ୍‌ ବିବୃତିରେ ସେ କହିଛନ୍ତି, ଉପକୂଳବର୍ତୀ ପୁରୀ, ଗ˚ଜାମ, କେନ୍ଦ୍ରାପଡା, ଜଗତସି˚ହପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ ମଧୢ ଗ୍ରୀଷ୍ମକାଳରେ ଜଳ ସଙ୍କଟ ଦେଖାଦେଉଛି। ଯେଉଁସବୁ ସ୍ଥାନରେ ନଳକୂପ ଅଥବା ପାଇପ୍‌ ଯୋଗେ ଜଳ ଯୋଗାଇ ଦିଆଯାଉଛି, ସେଠାରେ ଜଳରେ ଫ୍ଲୋରାଇଡ ଅଥବା ଲୋୖହଅ˚ଶ ଅଧିକ ରହୁଥବାରୁ ତାହା ବ୍ୟବହାର ଉପଯୋଗୀ ହେଉନାହିଁ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ସରକାର କେବଳ ଗ୍ରୀଷ୍ମରେ ଦୁଇମାସ ପାଇଁ ଟ୍ୟାଙ୍କରରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବର୍ଷର ଅନ୍ୟ ସମୟରେ ଉକ୍ତ ଅଞ୍ଚଳର ବାସିନ୍ଦା ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପିସିସି ସଭାପତି କହିଛନ୍ତି, ଓଡ଼ିଶା ଭୂତଳ ଜଳ ପ୍ରଦୂଷଣରେ ୫ ନମ୍ବର ସ୍ଥାନରେ ରହିଛି। ରାଜ୍ୟର ଭୂତଳ ଜଳରେ ଫ୍ଲୋରାଇଡ ଏବ˚ ନାଇଟ୍ରେଟ୍ ମିଶି ରହୁଥିବାରୁ ତାହା ସ୍ବାସ୍ଥ୍ୟ ଅନୁପଯୋଗୀ ହୋଇଛି। ଓଡ଼ିଶାର ୩୦ରୁ ୨୫ ଜିଲାରେ ଭୂତଳ ଜଳ ଫ୍ଲୋରାଇଡ ଯୋଗୁଁ ପ୍ରଦୂଷିତ ହୋଇଛି। ପାଇପ ଯୋଗେ ପରିବାରଗୁଡିକୁ ପାନୀୟଜଳ ଯୋଗାଣ କ୍ଷେତ୍ରରେ ମଧୢ ଓଡ଼ିଶା ବହୁ ପଛରେ ରହିଥିବା କଥା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସେହିଭଳି ସଡ଼କ ନିର୍ମାଣରେ ଓଡ଼ିଶା ପଛରେ ପଡିଥିବା ନିରଞ୍ଜନ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣରେ ସଫଳତା ପାଇଁ ଓଡ଼ିଶା କେନ୍ଦ୍ର ଦ୍ବାରା ପୁରସ୍କୃତ ହେବାପରେ କ˚ଗ୍ରେସ ଏହାର ସତ୍ୟାସତ୍ୟ ଲୋକଙ୍କ ସମ୍ମୁଖକୁ ଆଣିଥିଲା। ରାଜ୍ୟରେ ୧୦ ହଜାରରୁ ଅଧିକ ଗ୍ରାମକୁ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନଥିବାବେଳେ ରାଜ୍ୟ ସରକାର ଗ୍ରାମାଞ୍ଚଳକୁ ସଡ଼କ ସ˚ଯୋଗ କରିବାରେ ପୁରସ୍କାର ନେଉଛନ୍ତି। ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୧୬ ବର୍ଷ ପରେ ମଧୢ ରାଜ୍ୟର ୩୩% ଗାଁକୁ ରାସ୍ତା ହୋଇପାରିନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଇ ଆଉ କେତେଦିନ ଏହିଭଳି ଭଣ୍ତେଇବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର