ଜନସମ୍ପର୍କ ପଦଯାତ୍ରା ବେଳେ ଜିଲ୍ଲା ସଭାପତି ହଟହଟା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ଗ୍ରାମରେ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କୁ ଗ୍ରାମରେ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲୋକେ ତାଙ୍କୁ ଘେରି ଯାଇ ହୋହଲ୍ଲା କରିଥିଲେ। ପଦଯାତ୍ରା ଅଧାରୁ ତାଙ୍କୁ ଗ୍ରାମରୁ ଫେରି ଯିବାକୁ ପଡ଼ିଥିଲା। ଏହି ଘଟଣା ଜିଲ୍ଲାରେ ବେଶ୍୍ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର