ଆପଣଙ୍କ ଅଞ୍ଚଳରେ ମରୁଡି ହୋଇ ନଥିଲେ ବି ମିଳିବ ମରୁଡି କ୍ଷତିପୂରଣ! ଦଳୀୟ ସଭାରେ ଏଭଳି କହି ବିବାଦରେ ନବ

0

ଭୁବନେଶ୍ୱର: ସୋସିଆଲ ମିଡିଆରେ ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କ ବିବାଦୀୟ ବୟାନ ଭାଇରାଲ ହୋଇଛି। ସମ୍ବଲପୁର ଲୋକସଭା କ୍ଷେତ୍ର କୁଚିଣ୍ଡା ନିର୍ବାଚନ ମଣ୍ଡଳିରେ ଆୟୋଜିତ ନିର୍ବାଚନୀ ସଭାରେ ନବ ଦାସ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସେ କହିଛନ୍ତି ଯଦି ଆପଣଙ୍କ ଅଂଚଳରେ ମରୁଡି ହୋଇ ନଥିଲେ ବି ମିଳିବ ମରୁଡି କ୍ଷତିପୂରଣ ।

ଗତ ୨ ଦିନ ତଳେ କୁଚିଣ୍ଡା ବାମରାରେ ହୋଇଥିବା ଦଳୀୟ ଜନସଭାରେ ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାୟକଙ୍କ ପାଇଁ ପ୍ରଚାର କରିବା ବେଳେ ଏମିତି କିଛି କହିଛନ୍ତି ନବ ଦାସ । ରାଜ୍ୟରେ ବିଜେଡି ସରକାର ଆସିଲେ କୁଚିଣ୍ଡାବାସୀଙ୍କ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚାଇବେ ବୋଲି ବି କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.