ଇନ୍ଧନ ଗ୍ୟାସ ବୃଦ୍ଧିି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାର ରାଜଭବନ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ରାଷ୍ଟ୍ରାୟତ ତୈଳ କମ୍ପାନିଗୁଡ଼ିକ ଗତ ଦେଢ଼ବର୍ଷ ମଧ୍ୟରେ ୧୯ ଥର ଇନ୍ଧନ ଗ୍ୟାସ ଦର ବୃଦ୍ଧି କରିଥିବା ଅଭିଯୋଗ କରି ଆଜି ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ରହାତି ଓ ଅଣରିହାତି ଇନ୍ଧନ ଦର ହ୍ରାସ କରିବା ପାଇଁ ଦାବି କରିଛନ୍ତି। ପରେ ଏକ ପ୍ରତିନିଧିମଣ୍ଡଳି ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର