ଅନ୍ୟ ଦଳ ଅପେକ୍ଷା ଆମ ଇସ୍ତାହାର ଅଧିକ ବାସ୍ତବବାଦୀ : ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ଇସ୍ତାହର କମିଟିର ବୈଠକ ବସିଛି। ଦୁଇ ଦିନପରେ ଦଳର ଇସ୍ତାହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ‘ଆମେ ଇସ୍ତାହାରରେ ଯାହା କହୁ, କାର୍ଯ୍ୟରେ ତାହା କରିକି ଦେଖାଉ । ଅନ୍ୟ ଦଳ ଅପେକ୍ଷା ଆମ ଇସ୍ତାହାର ଅଧିକ ବାସ୍ତବବାଦୀ, ଓଡିଶାରେ କେହି କହିପାରିବେ ନାହିଁ ସେ ଭୋକରେ ରହୁଛନ୍ତି ।’ ଆଗାମୀ ନିର୍ବାଚନରେ ବିଜୟ ହାସଲ କରିବାକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ସେପଟେ କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଉଛି । ଦଳ କେବେ ଅବାସ୍ତବ ପ୍ରତିଶ୍ରୁତି ଦେଇନାହିଁ ଏବଂ ଦଳ ପକ୍ଷରୁ ବାସ୍ତବଧର୍ମୀ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି । ଘରେ ଘରେ ଶଙ୍ଖ କର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ କାର୍ଯ୍ୟକର୍ତ୍ତା ପହଂଚି ଲୋକଙ୍କ ମତାମତକୁ ସଂଗ୍ରହ କରିଛନ୍ତି । ଏହାସହ କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହି ବୈଠକରେ କମିଟି ଅଧ୍ୟକ୍ଷ ବେଦପ୍ରକାଶ ଅଗ୍ରୱାଲ, ଉପାଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର