ମକର ମିଳନରେ ତେଜେଶ୍ବରଙ୍କ ଶକ୍ତି ପ୍ରଦର୍ଶନ : ମତାନ୍ତର ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବମାନ୍ୟ

କରିଲୋପାଟଣା/ମାର୍ଶାଘାଇ : ରାଜ୍ୟ ଖଦିବୋର୍ଡ ସଭାପତି ତେଜେଶ୍ବର ପରିଡା ଆଜି ପାଟକୁରା ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ନିଜ ଗ୍ରାମ ମେହେନ୍ଦିନଗର ପଞ୍ଚାୟତ ବାହାକଣ୍ତିଆଠାରେ ମକର ମିଳନ କାର୍ଯ୍ୟକ୍ରମ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଗତ ଦିନରେ ଆୟୋଜିତ ପାଟକୁରା ବିଧାୟକଙ୍କ କାର୍ଯ୍ୟକ୍ରମ ହେଉ ଅଥବା କ˚ଗ୍ରେସ, ବିଜେପିର ସଭା ହେଉ ସବୁ ସଭାକୁ ଟକ୍କର ଦେଲା ଭଳି କାର୍ଯ୍ୟକ୍ରମ ଆଜି ତେଜେଶ୍ବରଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଏହି ସଭାରେ ଦଳର ଛାମୁଆ ନେତାଙ୍କୁ ଦେଖିବାକୁ ମିଳି ନ ଥିଲେ ବି ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଯୁବକ କିନ୍ତୁ ସାମିଲ ହୋଇଥିଲେ। ପାଟକୁରା ନିର୍ବାଚନ ମଣ୍ତଳୀକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ତେଜେଶ୍ବରଙ୍କ ଭଳି ଯୁବ ନେତୃତ୍ବକୁ ଆଗକୁ ନେବାକୁ ପଡ଼ିବ ବୋଲି ବହୁ ଯୁବ କର୍ମୀ ବଜ୍ର ଶପଥ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ହିଁ ସର୍ବମାନ୍ୟ ହେବ ବୋଲି ଘୋଷଣା କରିଥିଲେ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ତେଜେଶ୍ବରଙ୍କ ମକର ମିଳନ ପାଟକୁରା ବିଜେଡି ରାଜନୀତିକୁ ବେଶ୍‌ ଉଷ୍ମ କରିଛି ା ଏଥିରେ ପାଟକୁରା ନିର୍ବାଚନ ମଣ୍ତଳୀର ମୋଟ ୫୧ଟି ପଂଚାୟତରୁ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ବନ୍ଧୁ ମିଳନରେ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ଉଦବୋଧନ ଦେଇ ତେଜେଶ୍ବର କହିଥିଲେ ଯେ, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ମାନି ପାଟକୁରାରେ ବିଜେଡିକୁ ମଜବୁତ କରିବାକୁ ପଡିବ। ପାଟକୁରା ବିଧାୟକଙ୍କ ସହ ତାଙ୍କର କୌଣସି ମତାନ୍ତର ନାହିଁ ା କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପିତ୍ତ ନେବେ ତାକୁ ପାଟକୁରା ବିଜେଡି କର୍ମୀମାନେ ମାନି ନେବା ଉଚିତ। ସେଥିପାଇଁ ଆମକୁ ସଜାଗ ରହି ସ˚ଗଠନକୁ ମଜବୁତ କରିବାକୁ ପଡିବ ା ଏହାଛଡା ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ବୁଥ ସ୍ତରରେ ଲୋକଙ୍କ ପାଖରେ ପହ˚ଚାଇବାକୁ ପଡିବ।

ଗତ ସାଧାରଣ ନିର୍ବାଚନରେ ତେଜେଶ୍ବର ଶେଷ ମୁହୂର୍ତରେ ଟିକେଟରୁ ବ˚ଚିତ ହୋଇଥିଲେ। ତାଙ୍କୁ ଖଦିବୋର୍ଡ ସଭାପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ନିର୍ବାଚନରେ ତେଜେଶ୍ବର ବିଜେଡି ଟିକେଟରେ ପାଟକୁରାରେ ନିର୍ବାଚନ ଲଢିବା ନେଇ ଏଥର ଆଶା ରଖିବା ସହ ଏଭଳି ଶକ୍ତି ପ୍ରଦର୍ଶନ କରିଛନ୍ତି।

କିନ୍ତୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେତେକ ଯୁବ କର୍ମୀ ବିଧାୟକ ପ୍ରତିନିଧିଙ୍କ ଚାପରେ ତାଙ୍କ ସହ ସ˚ଗଠନରେ ସାମିଲ ହେଉ ନାହାନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରିଥିଲେ। ତେଣୁ ଯୁବକମାନଙ୍କୁ ସଙ୍ଗଠନକୁ ଆଣିବା ନେଇ ସଙ୍ଗଠନର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ଏହି ମିଳନ ପର୍ବରେ ସୁନିଲ ସାମନ୍ତରାୟଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ ମୋଟରସାଇକେଲ୍‌ ଶୋଭାଯାତ୍ରା ଆୟୋଜନ କରାଯାଥିଲା। ରଶ୍ମୀ ର˚ଜନ ପ୍ରଧାନଙ୍କ ସ˚ଯୋଜନାରେ ଶିକ୍ଷାବିତ୍‌ ଗୁରୁ ଚରଣ ଜେନା, ପ୍ରଫୁଲ୍ଲ ସି˚ହ, ତେଣ୍ତାକୁଡ଼ା ସରପ˚ଚ ରବି ନାରାୟଣ ମହାନ୍ତି, ସମିତି ସଭ୍ୟାଙ୍କ ସ୍ବାମୀ ରବୀନ୍ଦ୍ର ମହାନ୍ତି, ୩ଟି ବ୍ଲକ୍‌ର ସରପଞ୍ଚ, ସମିତି ସଭ୍ୟ ଉଦ୍‌ବୋଧନ ଦେଇଥିଲେ।

ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ବିଭିନ୍ନ ସ୍ଥାନରେ ସଭା ସମତି କରୁଥିଲେ ବି ତେଜେଶ୍ବରଙ୍କୁ ନ ଡାକିବା ଘଟଣା ଉଭୟଙ୍କ ମଧ୍ୟରେ ମନାନ୍ତରକୁ ନେଇ ଚର୍ଚା ବଢାଉଛି। ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମକୁ ତେଜେଶ୍ବରଙ୍କୁ ନଡାକିବା ଘଟଣାକୁ ନେଇ ନିଜେ ତେଜେଶ୍ବର ଅଭିଯୋଗ କରିଛନ୍ତି। ଏପରିକି ଗରଦପୁର ବ୍ଲକ୍‌ ନଇନ୍ଦିପୁର ଠାରେ ଗତ ମାର୍ଚ ମାସରେ ଅନୁଷ୍ଠିତ ମହାନଦୀ ବ˚ଚାଅ ଅଭିଯାନରେ ସେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ସଭା ମ˚ଚକୁ ଡକା ଯାଇ ନଥିଲା। ପରେ ସେ ମ˚ଚକୁ ଯାଇଥିଲେ ବି ତାଙ୍କ ନାମ ନିଆଯାଇ ନ ଥିଲା। ଅନ୍ୟପଟେ କିନ୍ତୁ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଫଳତା ଓ ସଫଳତାର ସହ ଦିଲୀ ସମାବେଶର ଆୟୋଜନ ତେଜେଶ୍ବର ପତିଆରା ବୃଦ୍ଧି କରିଛି। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ଦୌଡରେ କିଏ କାହାକୁ ଟପୁଛି, ତାହାକୁ ନେଇ ତେଜେଶ୍ବରଙ୍କ ଏହି ସଫଳ ସମାବେଶ ଚର୍ଚ୍ଚାର ସୁଯୋଗ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର