ବିଜେପିରେ ସାମିଲ ହେଲେ ମୟୂରଭଞ୍ଜର ବିଜେଡି କର୍ମୀ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବିଜେଡି ଉପସଭାପତି ଇସାନ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆ‌ୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ଉପସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା ପ୍ରକାଶ ମିଶ୍ର ଉପସ୍ଥିତ ରହି ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ବିଜେପିରେ ସାମିଲ ହୋଇଥିବା ଅନ୍ୟ ନେତାମାନେ ହେଲେ ମୟୂରଭଞ୍ଜ ବିଜେଡିର ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ବେହେରା, ବହଳଦା ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର କୁମାର ମଲ୍ଲିକ, ଯୁବ ବିଜେଡି ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାଥ ସାହୁ, ବହଳଦା ବ୍ଲକ୍ ଯୁବ ବିଜେଡି ସଭାପତି ମୋତିଲାଲ ପାତ୍ର, ବରିଷ୍ଠ ନେତା ହରମୋହନ ବେହେରା, ସତ୍ୟବାନ ବାସା, ଅନ୍ନପୂର୍ଣ୍ଣା ମହନ୍ତ, ଭାନୁମତି ପାତ୍ର ଓ ରୁବି ମହାକୁଡ଼ ପ୍ରମୁଖ। ଏହି ଅବସରରେ ପ୍ରଭାରୀ ଶ୍ରୀ ସିଂହ କହିଥିଲେ, ଗୋଟିଏ ପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅନ୍ୟ ପଟେ ଜିଲ୍ଲାର ବହୁ ନେତୃବୃନ୍ଦ ବିଜେଡି ଛାଡ଼ି ‌ବିଜେପିରେ ଯୋଗ ଦେଇଛନ୍ତି। ଶାସକ ବିଜେଡି ପ୍ରତି ସାଧାରଣ ଜନତା ବର୍ତ୍ତମାନ ଆସ୍ଥା ହରାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ଆଗାମୀ ଦିନରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବିପୁଳ ଜନସମର୍ଥନ ପାଇ ସରକାର ଗଠନ କରିବ।

ସମ୍ବନ୍ଧିତ ଖବର