ବ୍ରହ୍ମପୁର : ଆସିକା ଲୋକସଭା ଆସନରୁ ବିଜେଡି ଏଥର ନଳବଣ୍ଟା ଚେରମାରିଆ ଗ୍ରାମର ସ୍ବୟ˚ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛି। ହାଣ୍ତିଶାଳରୁ ପ୍ରମିଳାଙ୍କୁ ସ˚ସଦ ପଠାଇବା ଲାଗି ପ୍ରାର୍ଥୀ ଚୟନ କରି ମାଷ୍ଟରଷ୍ଟ୍ରୋକ ଖେଳିଛି ବିଜେଡି। ପ୍ରାର୍ଥିପତ୍ର ଦାଖଲ ବେଳେ ସେ ସତ୍ୟପାଠରେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ ୭୮ ହଜାର ୭୭ ଟଙ୍କା ଦର୍ଶାଇଛନ୍ତି। ତାଙ୍କ ନାମରେ କୌଣସି ମାମଲା ନାହିଁ। ପାନ୍ କାର୍ଡ ନାହିଁ କି ସେ ଆୟକର ଦାଖଲ କରନ୍ତି ନାହିଁ। ତାଙ୍କ ହାତରେ ନଗଦ ୨୦ହଜାର ଟଙ୍କା ଥିବା ବେଳେ ସ୍ବାମୀଙ୍କ ପାଖରେ ୫ହଜାର ଟଙ୍କା ଅଛି। ଆସିକା ଏସ୍ବିଆଇର ଏକ ଆକାଉଣ୍ଟରେ ୧ହଜାର, ଏସ୍ବିଆଇରେ ଥିବା ଏକ ଯୁଗ୍ମ ଆକାଉଣ୍ଟରେ କିଛି ନାହିଁ, ଆନ୍ଧ୍ରବ୍ୟାଙ୍କର ଏକ ଆକାଉଣ୍ଟରେ ୭୦୭୭ଟଙ୍କା ରହିଛି। ସେହିପରି ଏସ୍ବିଆଇର ଏକ ଜଏଣ୍ଟ ଆକଉଣ୍ଟରେ ୫୯, ୩୯୩ ଟଙ୍କା ଏବ˚ ନଳବଣ୍ଟା ଋଷିକୁଲ୍ୟା ଗ୍ରାମ୍ୟ ବ୍ୟାଙ୍କ ଯୁଗ୍ମ ଆକାଉଣ୍ଟରେ ୧ଲକ୍ଷ ଟଙ୍କା ରହିଛି। ଏହାସହିତ ତାଙ୍କ ନିକଟରେ ୨୩ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୫୦ହଜାର ଟଙ୍କା। ସେହିପରି ତାଙ୍କ ନାମରେ ସ୍ଥାବର ସମ୍ପତ୍ତି କିଛି ନାହିଁ। କିନ୍ତୁ ତାଙ୍କ ସ୍ବାମୀଙ୍କ ନାମରେ ୩ଲକ୍ଷ ୬୦ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଓ ୦.୭୦୦ ଡେସିମିଲ ଜମି ରହିଛି, ଯାହା ସେ ୩୪ହଜାର ୨୯୫ ଟଙ୍କାରେ କିଣିଥିଲେ। ତାହାର ବଜାର ଦର ୧ଲକ୍ଷ ୧୦ହଜାର। ଚେରମାରିଆ ସ୍ଥିତ ଘର ସ୍ବାମୀଙ୍କ ନାମରେ ଥିବା ବେଳେ ଏହାର ମୂଲ୍ୟ ୨ଲକ୍ଷ ୫୦ହଜାର ବୋଲି ସେ ସମ୍ପିତ୍ତି ତାଲିକାରେ ଦର୍ଶାଇଛନ୍ତି।
ହାଣ୍ଡିଶାଳରୁ ସାଂସଦ ପ୍ରାର୍ଥୀ : ପ୍ରମିଳାଙ୍କ ସମ୍ପତ୍ତି ୧.୭୮ଲକ୍ଷ
/sambad/media/post_attachments/wp-content/uploads/2019/03/pramila-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)