କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛିା ସ୍ଥାନୀୟ ବିଧାୟକ ପ୍ରଭୁ ଜାନିଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ମହାବିଦ୍ୟାଳୟ ନିକଟରୁ ଏକ ବିରାଟ ରାଲିରେ ବାହାରି ଲକ୍ଷ୍ମୀପୁର ବଜାର ପରିକ୍ରମା କରିଥିଲେ। ଏହା ପରେ ଏକ ସାଧାରଣ ବୈଠକ ଘୋଡାବନ୍ଧ ତୋଟାଠାରେ ଆୟୋଜନ କରାଯାଇଥିଲାା ବିଜେଡି ସରକାରଙ୍କ ସମସ୍ତ ଯୋଜନା ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେଥି ସକାଶେ ଗାନ୍ଧି ଜୟନ୍ତୀ ଭଳି ପବିତ୍ର ଦିନରୁ ଏହି ଜନ ସମ୍ପର୍କ ପଦଯାତ୍ରା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କରାଯାଉଥିବା ବେଳେ ଆଗକୁ ସମସ୍ତ ପଞ୍ଚାୟତ ସ୍ତରରେ ମଧ୍ୟ ପଦଯାତ୍ରା କରାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତିା

ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ଏପରି ସଚେତନତା କରାଯାଉଥିବା ବେଳେ ସରକାରଙ୍କ ଯୋଜନା ସମସ୍ତ ଗରୀବ ହିତାଧିକାରୀଙ୍କ ପାଖରେ ହିଁ ପହଞ୍ଚିବା ଏହି ପଦଯାତ୍ରାର ଲକ୍ଷ୍ୟ ଓ ଜିଲ୍ଲାର ମହିଳାମାନେ ଯେଉଁ ମାନେ ବର୍ତ୍ତମାନ ମଧ୍ୟ ପଛରେ ରହିଯାଉଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣି ସରକାରଙ୍କ ଯୋଜନାରେ ସାମିଲ୍‌ କରାଇବା ଏହି ପଦଯାତ୍ରାରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀ ପ୍ରକାଶ କରିଥିଲୋ ଜିଲ୍ଲା ବିଜେଡି ସଂପାଦକ ବିଦ୍ୟାଧର ସାହୁଙ୍କ ସମେତ ପଦଯାତ୍ରାରେ ମହିଳା ମାନେ ମଧ୍ୟ ସାମିଲ୍‌ ହୋଇଥିବା ବେଳେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ସହଯୋଗ କରିଥିଲୋ

ସମ୍ବନ୍ଧିତ ଖବର