ବିଜେଡିର ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି

ଭୁବନେଶ୍ବର : ବାରିପଦାର ପୂର୍ବତନ ବିଧାୟକ ଛତିଶ ଧଳଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ ବାଲେଶ୍ବର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି। ସେହିପରି ଲଳିତ ନାୟକ ଓ କୃଷ୍ଣ ପଣ୍ଡାଙ୍କୁ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ, ପ୍ରୀତିରଞ୍ଜନ ସାହୁଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ-ସଭାପତି, ଅବିନାଶ ପ୍ରଧାନଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଦିଆଯାଇଛି।

ସମ୍ବନ୍ଧିତ ଖବର