ଓଡ଼ିଶା ରାଜନୀତିରେ ମମତା ତାତି

ଭୁବନେଶ୍ବର : କୋଲକାତା ପୁଲିସ୍‌ କମିସନରଙ୍କ ଘରେ ସିବିଆଇ ଅଧିକାରୀଙ୍କ ପ୍ରବେଶ ଉଦ୍ୟମକୁ ନେଇ ଓଡ଼ିଶା ରାଜନୀତିରେ ବି କମ୍ପନ ସୃଷ୍ଟି ହୋଇଛି। ବିଜେଡି ଲୋକସଭାରେ ଘଟଣାକୁ ନିନ୍ଦା କରିଥିବା ବେଳେ ଦଳ ଏଠାରେ କଡ଼ା ସମାେଲାଚନା କରିଛି। ତେବେ ଦଳ ମମତା ବାନାର୍ଜୀ ନୁହେଁ, ବରଂ ଓଡ଼ିଶା ପ୍ରତି ଆଚରଣ ସଂପର୍କରେ ମତ ରଖିଥିବା କହିଛି। କେଂଗ୍ରସ ବି କଡ଼ା ଭାଷାରେ େକନ୍ଦ୍ର ସରକାର ଓ ସିବିଆଇକୁ ସମାେଲାଚନା କରିଛି। ସେପଟେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମଦଶା ଭୋଗୁଥିବାରୁ ମମତା ବାନାର୍ଜୀଙ୍କୁ ବିଜେଡି ସମର୍ଥନ କରୁଛି। ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମବଙ୍ଗ ଘଟଣାକୁ ନେଇ ଆଜି ବିେଜଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ବିଟର ପେଜରେ ଦଳ କହିଛି, ସର୍ବୋଚ୍ଚ ସଂସ୍ଥାଗୁଡିକର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖାଯାଉ। ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ବି ଆବଶ୍ୟକ। ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତ୍ତମାନ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ହଠାତ କାର୍ଯ୍ୟାନୁଷ୍ଠାନ ଅଣ-ପେସାଦାର ମନୋଭାବକୁ ଦର୍ଶାଉଛି ଓ ରାଜନୀତିର ବାସ୍ନା ବାହାରୁଛି।

ଆଜି ସଂସଦରେ ବିବୃତି ରଖି ବିଜେଡି େଖାଲାେଖାଲି ଏହାକୁ ନିନ୍ଦା କରିଛି। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ସିବିଆଇର ତଦନ୍ତ କରିବା ଯୁକ୍ତିଯୁକ୍ତ, ହେଲେ ଯେଉଁ ଢଙ୍ଗରେ ରାଜୀବ କୁମାରଙ୍କ ଘରେ ୪୦ ଜଣ ଅଧିକାରୀ ପ୍ରବେଶ କଲେ, ତାହା ଆଦୌ ଗ୍ରହଣୀୟ ନୁ‌େହଁ। ଗତ କିଛିବର୍ଷ ହେଲା ସିବିଆଇ ଯେଉଁ ଢଙ୍ଗରେ କାମ କରୁଛି, ତାକୁ ନେଇ ସଂସ୍ଥାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି। ତା’ ଛଡ଼ା ଗତ ସନ୍ଧ୍ୟାରେ ସିବିଆଇ ଯାହା କରିଛି, ତାହା ବୃତ୍ତିଗତ ଆଚରଣର ପରିଚୟ ନୁହଁ।”

ସେ ଆହୁରି କହିଛନ୍ତି,“ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଘଟିଛି। କିଛି ବ୍ୟକ୍ତିଙ୍କର ସ୍ୱାର୍ଥ ସାଧନ ପାଇଁ ସିବିଆଇ କାମ କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଜଣେ ବିଚାରପତିଙ୍କ ଘରେ ସିବିଆଇ ପଶିଥିଲା। ଏଣୁ କାଲି ଯାହା ଘଟିଲା, ସିବିଆଇର କିଛିବର୍ଷର ଆଚରଣର ପ୍ରତିଫଳନ।” ସିବିଆଇ ରାଜନୀତିକ ଦଳ ବା ସରକାରଙ୍କ ଅସ୍ତ୍ର ଭାବେ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। “ସିବିଆଇର ବିଶ୍ୱସନୀୟତା ଏବେ ସର୍ବନିମ୍ନ ସ୍ତରରେ ରହିଛି। ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଆଦୌ ଗ୍ରହଣୀୟ ନୁହେଁ। କେନ୍ଦ୍ର ଶୀଘ୍ର ହସ୍ତକ୍ଷେପ କରୁ। ଆମେ ଚାହୁଁଛୁ ଏହାର ସମାଧାନ ରାସ୍ତା ଶୀଘ୍ର ବାହାରୁ।”

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନର ହାତ ବଢାଇବା ଉଚିତ୍ େବାଲି ମତ ଦେଇ ବିରୋଧୀ ଦଳ େନତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଗଣତନ୍ତ୍ର ଏବେ ବିପଦରେ। େକନ୍ଦ୍ର ସରକାର ବିେଶଷକରି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଏହା ପ୍ରମାଣ କରୁଛି। ସେ ଗଣତନ୍ତ୍ର ଉପରେ ବିଶ୍ବାସ କରୁନାହାନ୍ତି ବରଂ ଏକଛତ୍ରବାଦ ନୀତି େପାଷଣ କରୁଛନ୍ତି। ସଂଘୀୟ ବ୍ୟବସ୍ଥାର େଖାଲା ଉଲ୍ଲଂଘନ ଚାଲିଛି। ବକ୍ତବ୍ୟ ରଖିବା ବେଳେ ସର୍ବନିମ୍ନ ଶାଳୀନତା ରକ୍ଷା କରାଯାଉନାହିଁ। ଆଇନ, ସମ୍ବିଧାନ, ହାଇକୋର୍ଟଙ୍କ ନିେର୍ଦଶକୁ ଅବମାନନା କରି ରାଜ୍ୟର ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ବିେରାଧରେ ସିବିଆଇକୁ ବ୍ୟବହାର କରିବା ନିନ୍ଦନୀୟ। େକନ୍ଦ୍ର ସରକାର ଓ ସିବିଆଇର ଏଭଳି ପଦକ୍ଷେପ ଆଇନସମ୍ମତ ନୁେହଁ।

ବିେଜପି େନତା ତଥା େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ରାଜ୍ୟ ସରକାରଙ୍କ ବିେରାଧରେ ଗର୍ଜିଛନ୍ତି। କହିଛନ୍ତି, ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢ଼ନ୍ତି । ମମତା ବାନାର୍ଜୀଙ୍କର ଟିଏମ୍‌ସି ହେଉ କି ନବୀନ ବାବୁଙ୍କର ବିଜୁ ଜନତାଦଳ, ଉଭୟ ପୂର୍ବ ଭାରତର ସାରଦା, ସିସୋର ଓ ଅର୍ଥତତ୍ତ୍ୱ ଭଳିଆ ଚିଟଫଣ୍ଡ କମ୍ପାନିମାନଙ୍କର ଏମାନେ ମୁଖ୍ୟ ପୃଷ୍ଠପୋଷକ ଥିଲେ । ଏମାନଙ୍କର ଦଳୀୟ ଲୋକମାନେ ଚିଟ୍‌ଫଣ୍ଡ ଦୁର୍ନୀତିର ଲାଭାର୍ଥୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ ହେଉଛି । ସିବିଆଇ ତାର ତଦନ୍ତ ଆଗକୁ ବଢ଼ାଇଲାବେଳେ ମମତା ବାନାର୍ଜୀ ଏକ ସାମ୍ବିଧାନିକ ସଙ୍କଟ ତିଆରି କରି ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଡ୍ରାମାବାଜି କରୁଛନ୍ତି । ଶ୍ରୀ ପ୍ରଧାନ କହିଥିଲେ, ନବୀନ ବାବୁ ଏଯାଏଁ ଉତ୍ତର ଦେଇନାହାନ୍ତି ଯେ ସରୋଜ ସାହୁଙ୍କ ସହିତ ତାଙ୍କର ସମ୍ପର୍କ କ’ଣ । ଗରିବ ଲୋକଙ୍କ ପଇସା ଯେଉଁମାନେ ଲୁଟ କରୁଛନ୍ତି ପଶ୍ଚିମବଙ୍ଗ ହେଉ କି ଓଡ଼ିଶା ନ୍ୟାୟ ବ୍ୟବସ୍ଥାରେ ଏମାନଙ୍କୁ ସିବିଆଇ ତଦନ୍ତ ମାଧ୍ୟମରେ ଦଣ୍ଡ ମିଳିବ।

ସମ୍ବନ୍ଧିତ ଖବର