ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିରେ ଗଣଧାରଣା ଓ ବିକ୍ଷୋଭ : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସ୍‌ ମୂଲ୍ୟ ପ୍ରତିଦିନ ବଢ଼ୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ନିଦାବିଷ୍ଣୁ ହୋଇ ବସିଛନ୍ତି। ମୂ୍ଲ୍ୟ କମାଇବା ଦିଗରେ କୌଣସି ପ୍ରକାର ପଦ‌େକ୍ଷପ ‌ନେଉ ନଥିବାରୁ ବିଜୁ ଯୁବ, ଛାତ୍ର ଓ ମହିଳା ସଙ୍ଗଠନ ପକ୍ଷରୁ ଆଜି ରାଜଭବନ ସମ୍ମୁଖ‌େର ଗଣଧାରଣା ଓ ବି‌େକ୍ଷାଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଯୋଗଦେଇଥିବା ନେତାମାନେ ଅଭିଯୋଗ କରିଛନ୍ତି ଯେ ୨୦୧୪ରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିଲା ବେଳକୁ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଦିଲ୍ଲୀରେ ୭୧ ଟଙ୍କା ୪୧ ପଇସା ରହିଥିଲା। ୨୦୧୫-୧୬ରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟା‌ରେଲ୍‌ ପିଛା ୪୬ ଡଲାରକୁ ଖସିଥିଲେ ମଧ୍ୟ ଆମ ଦେଶରେ ପେଟ୍ରୋଲ ଦର କମାଯାଇ ନଥିଲା। ସାଧାରଣ ଲୋକଙ୍କ ବୃହତ୍ତର ସ୍ବାର୍ଥ ରକ୍ଷା ଲାଗି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ କ୍ଷେତ୍ରରେ ଉତ୍ପାଦ ଶୁଳ୍କ କମାଇ ନ ଥିବା ପରିତାପର ବିଷୟ। ସେହିପରି ରନ୍ଧନ ଗ୍ୟାସ୍‌ ଅବସ୍ଥା ତଦ୍ରୁପ। ୨୦୧୭‌େର ୧୪.୨ କେଜି ସିଲିଣ୍ଡର ଦର ୭୮୦ ଟଙ୍କା ଥିବା ବେଳେ ଏବେ ତାହା ୮୭୬ ଟଙ୍କାରେ ପହଞ୍ଚିଲାଣି। ଅଥର କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଏହି ଆକାଶଛୁଆଁ ଦରକୁ କମାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ୩୦ ଲକ୍ଷ ଟପିଥିବା ନେଇ ‌ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ କହୁଥିବା ବେଳେ ସେଥିମଧ୍ୟରୁ ୨୪ ଲକ୍ଷ ସିଲିଣ୍ଡର ଦ୍ବିତୀୟ ଥର ପାଇଁ ରିଫିଲିଂ ‌କରାଯାଇ ନାହିଁ। ସେହି ୨୪ ଲକ୍ଷ ହିତାଧିକାରୀ ଅଛନ୍ତି କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ବୋଲି ନେତାମାନେ ବକ୍ତବ୍ୟରେ କହିଥିଲେ।

ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣା ଓ ବିକ୍ଷୋଭରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ କୁମାର ଜଗଦେବ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ସାଂସଦ ନରେନ୍ଦ୍ର ସ୍ବାଇଁ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ଉପସଭାପତି ଦୁର୍ଗା ସାମନ୍ତରାୟ, ସା‌ଧାରଣ ସମ୍ପାଦକ ଦୂର୍ତ୍ତି ରଞ୍ଜନ ମାର୍ଥା, ମହିଳା ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି ଭାରତୀ ସିଂହ, ଭୁବନେଶ୍ବର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‌ ସେନାପତି ପ୍ରମୁଖ ସାମିଲ ହୋଇଥିଲେ। ଏହାପରେ ଶ୍ରୀ ଦାସବର୍ମାଙ୍କ ନେତୃତ୍ବରେ ଏକ ୩୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର