ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପେଟ୍ରୋଲ ପମ୍ପ୍‌ ଆଗରେ ବିକ୍ଷୋଭ ସହିତ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ତୈଳଦର ବୃଦ୍ଧି ନେଇ ଆଜି ଶାସକ ବିଜେଡି ଦଳ ପକ୍ଷରୁ ରାଜ୍ୟର ସମସ୍ତ  ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜନସଚେତନତା ସୃଷ୍ଟି କରାଯାଇଛି। ଆଜି ବିଧାନସଭାେରେ ତୈଳଦର ତାତିକୁ ନେଇ ହୋହଲ୍ଲା ଯୋଗୁଁ  ବାଚସ୍ପତି ଅପରାହ୍ଣ ଯାଏ ବିଧାନସଭାକୁ ମୁଳତବୀ ରଖଛନ୍ତି। ତେବେ ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ଠାରୁ ୯ ତାରିଖ ଯାଏ ବିଜେଡ଼ି ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ସହିତ ଜନସଚେନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ସକାଳ ୧୦ଟାରୁ ୧୨ଟା ଯାଏ ଦଳ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଆଗରେ ପ୍ରଦର୍ଶନ ଚାଲିଛି । ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ସେହିପରି ଦଳୀୟ ନେତାମାନେ  ଲିଫଲେଟ୍‌ ବାଣ୍ଟି  ଜନସଚେତନତା ସୃଷ୍ଟି କରୁଛନ୍ତି।

ତୈଳ ଦଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା। ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିବା ବେଳେ ଦେଶରେ ତୈଳଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଅପାରଗତାରୁ ହେଉଛି ବୋଲି ବିଜେଡି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର