ବିଜେଡି ପ୍ରାର୍ଥୀ ତାଲିକା ପ୍ରସ୍ତୁତି: ଆଜିଠୁ ନବୀନଙ୍କ କସରତ

ବିଜୟ ସମ୍ଭାବନା ଥିଲେ ଟି‌େକଟ ମିଳିବ

ଭୁବନେଶ୍ବର: କେଂଗ୍ରସ ଦଳର ଶୀର୍ଷସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ େହାଇଯାଇଥିବା ବେଳେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କସରତ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର େଲାକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରାଯିବ, ତାହା ଉପରେ ଆେଲାଚନା ଆରମ୍ଭ େହବ। ଏଥିପାଇଁ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନବୀନ ନିବାସ ଡାକରା େହାଇଥିବା ସୂଚନା ମିଳିଛି। ସନ୍ଧ୍ୟା ୬ଟାରେ େହବାକୁ ଥିବା ଏହି ବୈଠକରେ ନିଜେ ନବୀନ ପର୍ଯ୍ୟବେକ୍ଷକଙ୍କ ସହିତ ଆେଲାଚନା କରିବେ ଓ ଏହା ପରେ ୪ େଲାକସଭା ଆସନ ଓ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରେ ଚୂଡାନ୍ତ େମାହର ବାଜିବ। ୧୬ ତାରିଖ ପରେ େଯକୌଣସି ମୁହୂର୍ତରେ ନବୀନ ପ୍ରାର୍ଥୀ ତାଲିକା େଘାଷଣା କରିବେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ଆରମ୍ଭ କରାଯିବ। ଆସନ୍ତା ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। କେବଳ ସେତିକି ନୁହେଁ, ଯେଉଁ ପ୍ରାର୍ଥୀମାେନ ଭଲ ପ୍ରଦର୍ଶନ କରିବେ େବାଲି ଦଳ ଆଶା କରୁଛି, ସେମାନଙ୍କର ତାଲିକା ଇତିମଧ୍ୟରେ ବିେଜଡି ଚୂଡାନ୍ତ କରିଛି। ବିଧିବଦ୍ଧ ଭାବେ ସେମାନଙ୍କ ନାମ ଘୋଷଣା କରାଯିବ ନାହିଁ। କିନ୍ତୁ ୧୫ ତାରିଖ ପରେ ଏହି େନତାମାନଙ୍କୁ ନିଜେ ନବୀନ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି େଫାନ େଯାଗେ ସୂଚନା େଦବେ। ଏହି ତାଲିକାରେ ପାଖାପାଖି ୪୦ ଜଣ େନତାଙ୍କ ନାମ ରହିଥିବା ସୂଚନା ମିଳିଛି। ଆଉ କିଛି ଆସନ ଉପରେ ଶେଷ ମୁହୂର୍ତରେ େନତୃତ୍ବ କସରତ କରିବେ।

ସନ୍ଧ୍ୟାରେ ୪ ପର୍ଯ୍ୟବେକ୍ଷକଙ୍କ ସହିତ ବୈଠକ
ପାଖାପାଖି ୪୦ େନତାଙ୍କୁ ୧୫ ପରେ ଜଣାଇବେ
ଚୂଡ଼ାନ୍ତ ପର୍ଯ୍ୟାୟରେ ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ନାଁ
8େନତା େହବା ପାଇଁ ଚାକିରି ଛାଡ଼ିଲେଣି ବାବୁ, ବାବୁଆଣି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଲାକସଭାକୁ ୩୩% ମହିଳା ପ୍ରାର୍ଥୀ ପଠାଇବା େନଇ ସୂଚନା େଦବା ପରେ ରାଜ୍ୟ ରାଜନୀତିରେ କିଛି ନାଁକୁ େନଇ ଚର୍ଚ୍ଚା େଜାର ଧରିଛି। ତେବେ ନିର୍ଦିଷ୍ଟ େକଉଁ ସାତଟି ଆସନରେ ବିେଜଡି ମହିଳା ପ୍ରାର୍ଥୀ େଦବ, ତାହା କେହି ଠଉରାଇ ପାରୁନାହାନ୍ତି। ବିେଜଡିର ଶୀର୍ଷସ୍ତରରେ କିନ୍ତୁ ଏ େନଇ ଚୂଡାନ୍ତ କସରତ ଚାଲିଛି। ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଅର୍ଥ ବିଭାଗର ଉପଶାସନ ସଚିବ ଶର୍ମିଷ୍ଠା େସଠୀ େସ୍ବଚ୍ଛାକୃତ ଅବସର ପାଇଁ ଗତ ୬ତାରିଖରେ ଆବେଦନ କରିଥିଲେ। ରାଜ୍ୟ ସରକାର ତାଙ୍କର ଆବେଦନକୁ ୮ ତାରିଖରେ ମଞ୍ଜୁର କରିଛନ୍ତି। ଶ୍ରୀମତୀ େସଠୀଙ୍କୁ ବିେଜଡି ଯାଜପୁର ସଂରକ୍ଷିତ େଲାକସଭା ଆସନରୁ ପ୍ରାର୍ଥୀ କରିବ। ୨୦୧୪ରେ ବିେଜଡି ତାଙ୍କୁ ପ୍ରସ୍ତାବ େଦଇଥିଲା, ସେ ଅମଙ୍ଗ େହାଇଥିଲେ।େକାରାପୁଟ େଲାକସଭା ସାଂସଦ ଝିନ୍ନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟିଛନ୍ତି। ଆଜି ନିଜେ ଝିନ୍ନ ଏକଥା ସ୍ବୀକାର କରିଛନ୍ତି। ଶିକ୍ଷା ବିଭାଗରେ କାର୍ଯ୍ୟରତ କୌଶଲ୍ୟାଙ୍କୁ ଦଳ କୋରାପୁଟ ଆସନରେ ପ୍ରାର୍ଥୀ କରିବ ନା ବିଧାନସଭାକୁ ଆଣିବ େସ ଚିତ୍ର ସ୍ପଷ୍ଟ େହାଇନାହିଁ। ବିେଜଡିର ଜଣେ ବରିଷ୍ଠ େନତାଙ୍କ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ େଲାକସଭାେର ୩୩ ପ୍ରତିଶତ ଆସନରେ ମହିଳା କାର୍ଡକୁ ନେଇ ଏବେ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରାୟ ସବୁ ଜିଲ୍ଲାର େନତାମାେନ େସମାନଙ୍କ େଲାକସଭା ଆସନକୁ ମହିଳାଙ୍କୁ େଦବା ଲାଗି ଚାପ ସୃଷ୍ଟି କରୁଛନ୍ତି। ଏହି ଚାପକୁ ଲକ୍ଷ୍ୟ କରି ଓଡ଼ିଶାକୁ ୭ ଭାଗରେ ବିଭକ୍ତ କରାଯାଇଛି। ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ସବୁ େକ୍ଷତ୍ରକୁ ବାଛି ଉପଯୁକ୍ତ ମହିଳା େନତ୍ରୀଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।

ଏହି କ୍ରମରେ ଦଳର େଗାଟିଏ ସୂତ୍ରରୁ ମିଳୁଥିବା ଖବରକୁ ବିଶ୍ବାସ କରାଗଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ େହମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ସୁନ୍ଦରଗଡ ଆସନରୁ ଲଢାଇପାରେ ଦଳ। ପୂର୍ବତନ ସାଂସଦ ଲତିକା ପ୍ରଧାନଙ୍କୁ ଆସ୍କାରେ, ଶ୍ରୀମୟୀ ମିଶ୍ର କିମ୍ବା ଟୁକୁନି ସାହୁଙ୍କୁ ବଲାଙ୍ଗୀରରେ, ସୁବାସିନୀ େଜନାଙ୍କୁ ବାଲେଶ୍ବରରେ ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ। ଜଗତସିଂହପୁରରୁ ମୀନତି େବହେରା ଓ ରାଜଶ୍ରୀ ମଲ୍ଲିକଙ୍କ ନାମକୁ େନଇ ବିଚାର ଚାଲିଛି। କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କ ପତ୍ନୀଙ୍କ ସଂପର୍କରେ ମଧ୍ୟ ବିେଜଡି ଶୀର୍ଷସ୍ତରରେ ବିଚାର ଆେଲାଚନା ଚାଲିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶା ଅର୍ଥସେବାର ଆଉ ତିନି ଜଣ ଅଧିକାରୀ ଇତିମଧ୍ୟରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। େସମାନଙ୍କ ମଧ୍ୟରୁ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ଅଖିଳ ନାୟକଙ୍କ ଆବେଦନକୁ ସରକାର ଅନୁମତି େଦଇସାରିଲେଣି। ତାଙ୍କୁ ବିେଜଡି େକନ୍ଦୁଝରର ପାଟନା ଆସନରୁ ପ୍ରାର୍ଥୀ କରିପାରେ େବାଲି ସୂଚନା ମିଳୁଛି। ପଞ୍ଚାୟତିରାଜ ବିଭାଗର ଅର୍ଥ ପରାମର୍ଶଦାତା ନିରୂପମା ମଲ୍ଲିକଙ୍କ ଆବେଦନ ଉପରେ ଏଯାଏ େମାହର ଲାଗିପାରିନାହିଁ। ସେ ଜି ଉଦୟଗିରି ଆସନ ଉପରେ ଆଖି ରଖିଛନ୍ତି। ଯଦି େଶଷ ମୁହୂର୍ତଯାଏ ତାଙ୍କ ଆବେଦନ ଉପରେ େମାହର ନଲାଗେ, ତେବେ େସ ଇସ୍ତଫା ଦେବେ। ସେହିଭଳି ଅତିରିକ୍ତ କମିସନର ଅମୀର ଚନ୍ଦ୍ର ନାୟକଙ୍କ େସ୍ବଚ୍ଛାକୃତ ଆବେଦନ ଉପରେ ସରକାର େମାହର ଲଗାଇନାହାନ୍ତି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ କହିଛନ୍ତି, ବିଜୟୀ ସମ୍ଭାବନା ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିବ। ଏହାସହିତ ନିର୍ବାଚନରେ ବିଜୁ ଜନତା ଦଳ କୌଣସି ଦଳ ସହ ମେଣ୍ଟ ନକରି ଏକା ଏକା ନିର୍ବାଚନ ଲଢ଼ିବ।

ସମ୍ବନ୍ଧିତ ଖବର