ଦ୍ବିତୀୟ କିସ୍ତିରେ ବିଜେଡିର ୯ ପ୍ରାର୍ଥୀ

ବୀରମିତ୍ରପୁର, ଫୁଲବାଣୀ ପ୍ରାର୍ଥୀ ଘୋଷଣା ଅଟକିଲା
ବଳଭଦ୍ର ମାଝୀ ଟିକେଟ୍ ପାଇଲେନି
‌ଯୋଗେନ୍ଦ୍ରଙ୍କୁ ଭରସା କଲାନି ଦଳ, ଶ୍ରୀମୟୀ ବି ବଞ୍ଚିତ
ନରସିଂହଙ୍କ ବିେରାଧରେ ଲଢିବେ ଅର୍କେଶ
କିଶୋରଙ୍କୁ ବ୍ରଜରାଜନଗର, ଅନୁପ ନିରାଶ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବାକି ଥିବା ସମସ୍ତ ୪ଟି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀ ତାଲିକା େଘାଷଣା କରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର େଶଷ ତାରିଖ ରହିଛି।

ଦ୍ବିତୀୟ କିସ୍ତିରେ େମାଟ ୯ଟି ବିଧାନସଭା ଆସନ ଲାଗି ନବୀନ ରବିବାର ସନ୍ଧ୍ୟାରେ େଯଉଁ ତାଲିକା ଶୁଣାଇଛନ୍ତି, େସ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟର ବାକି ଥିବା ପାଞ୍ଚଟି ମଧ୍ୟରୁ ୩ଟି ବିଧାନସଭା ଆସନ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନର ୨ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ େଘାଷଣା କରାଯାଇଛି। ତେବେ ଆସନ୍ତା ୨୬ ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର େଶଷ ତାରିଖ େହାଇଥିଲେ ହେଁ, ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ବିେଜଡି ପ୍ରାର୍ଥୀ େଘାଷଣା କରିପାରିନାହିଁ।

ଗୁରୁତ୍ବପୂର୍ଣ୍ଣ କଥା େହଉଛି, ବିେଜଡିର ବରିଷ୍ଠ େନତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କୁ ଦଳ ଟିକେଟ୍ ଦେଇନାହିଁ। ବରଂ ନିକଟରେ କେଂଗ୍ରସରୁ ଆସି ଦଳରେ ମିଶିଥିବା ପ୍ରଦୀପ କୁମାର ଦିଶାରୀଙ୍କୁ ମୁଖିଆ ଭରସା କରିଛନ୍ତି। େଲାଇସିଂହା ଆସନରୁ ଗତଥର ପ୍ରାର୍ଥୀ େହାଇଥିବା ପୂର୍ବତନ ମନ୍ତ୍ରୀ େଯାଗେନ୍ଦ୍ର େବହେରା ରାଜନୀତିରୁ ସନ୍ନ୍ୟାସ େନଇଥିଲେ। ଖାସ୍ ଏଇଥିପାଇଁ େଯ ଏହି ଆସନରୁ ତାଙ୍କ ପୁଅ ନିହାର ରଂଜନ ବେହେରାଙ୍କୁ ପ୍ରାର୍ଥୀ କରାଇବାକୁ ଉଦ୍ୟମ କରିଥିଲେ। ପୁଅକୁ ଧରି ସେ ନବୀନ ନିବାସ ଆସି ସୁପ୍ରିେମାଙ୍କ ସହିତ କଥା ବି େହାଇଥିଲେ। ହେଲେ ନବୀନ କିନ୍ତୁ ଆଜି ଏହି ଆସନ ପାଇଁ ପ୍ରାର୍ଥୀ େଘାଷଣା କଲାବେଳେ ନିହାରଙ୍କ ବଦଳରେ ପ୍ରଦୀପ େବହେରାଙ୍କ ନାମ େଘାଷଣା କରିଛନ୍ତି। େଯାଗେନ୍ଦ୍ରଙ୍କ ବିେରାଧରେ ବିଦେଶୀ ହଟାଅ ସ୍ବର େତଜୁଥିଲା ଓ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସଂପର୍କ ତାଙ୍କ ସହିତ େବଶ୍ ଭଲ ନ ଥିଲା। ସମ୍ଭବତଃ ଏହି କାରଣରୁ ତାଙ୍କୁ ଟିକେଟ୍ ମିଳିନଥିବା କୁହାଯାଉଛି। ଅନ୍ୟପକ୍ଷରେ ପ୍ରଦୀପ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିଲେ। ହେଲେ ଅନଙ୍ଗ ଉଦୟଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓ କିନ୍ତୁ ଟିକେଟ୍ ପାଇବାରେ ସକ୍ଷମ େହାଇଛନ୍ତି। ସେ ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ବିରୋଧରେ ବଲାଙ୍ଗୀର ଆସନରୁ ଲଢିବେ। ପୂର୍ବରୁ ଅର୍କେଶଙ୍କ ବଡ ଭାଇ ସାଂସଦ କଳିକେଶ ସିଂହଦେଓଙ୍କୁ େଲାକସଭା ପ୍ରାର୍ଥୀ ଭାବେ େଘାଷଣା କରାଯାଇଥିଲା। ତେବେ, ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ବି ଟିକେଟ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

ଏପଟେ ପଟ୍ଟାଙ୍ଗି, ଝରିଗାଁ, ମାଲକାନଗିରି ଓ ଲାଞ୍ଜିଗଡ ଚାରିଟି ଯାକ ବିଧାନସଭା ଆସନରେ ବିେଜଡି ଆଜି ପ୍ରାର୍ଥୀ ବଦଳାଇ ଦେଇଛି। ଝରିଗାଁ ବିଧାୟକ ରମେଶ ମାଝୀଙ୍କୁ ନବରଙ୍ଗପୁର େଲାକସଭା ଆସନରୁ ଲଢିବା ପାଇଁ ପୂର୍ବରୁ େଘାଷଣା େହାଇଥିଲା। ସେହିଭଳି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଓ ମାନସ ମା଼ଡକାମୀଙ୍କ ଟିକେଟ୍ କଟାଯାଇଛି। େସଠାରେ ଯଥାକ୍ରମେ ପ୍ରୀତମ ପାଢୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ େସାଡିଙ୍କୁ ନବୀନ ଟିକେଟ େଦଇଛନ୍ତି। ନିକଟରେ ମୁକୁନ୍ଦ ବିେଜପି ଛାଡି ବିେଜଡିେର େଯାଗ ଦେଇଥିଲେ।

ଝାରସୁଗୁଡା ଟିକେଟ୍ କଟିବା ପରେ ପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିେଶାର ମହାନ୍ତିଙ୍କୁ ଦଳ ବ୍ରଜରାଜନଗରରେ ଥଇଥାନ କରିଛି। େସଠାରୁ ଗତଥର କଂଗ୍ରେସରୁ ଆସି ବିେଜଡିରେ ଯୋଗ ଦେଇ ଟିକେଟ ହାତେଇଥିବା ଅନୁପ ସାଏ ଏଥର ନିରାଶ େହାଇଛନ୍ତି। ସେହିଭଳି ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ େରାହିତ ପୂଜାରୀ ଯଥାକ୍ରମେ ସମ୍ବଲପୁର ଓ ରେଢାେଖାଲ ଆସନରୁ ପ୍ରାର୍ଥୀ କରାଯାଇଛି।

ଏହାପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ବର୍ତମାନ ସୁଦ୍ଧା ୧୪ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ଏବଂ କଂଗ୍ରେସ ୮ ଲୋକସଭା ଓ ୧୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର