ପାରାଦୀପରେ ବିଜେଡିର ଶକ୍ତି ପ୍ରଦର୍ଶନ

ଜଗତସି˚ହପୁର: ପାରାଦୀପରେ ବିଜେଡି ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛି। ସ୍ଥାନୀୟ ବିଧାୟକ ଦାମୋଦର ରାଉତ ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଦଳୀୟ ନେତୃବୃନ୍ଦ ନିଜର ସ୍ବରକୁ ଶାଣିତ କରିଛନ୍ତି।ନଗର ବିଜେଡି ସଭାପତି ସୁମନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ସା˚ସଦ ଡାକ୍ତର କୁଳମଣି ସାମଲ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯୋଗଦେଇ ସ୍ଥାନୀୟ ବିଧାୟକ ଡା. ରାଉତଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ। ସେମାନେ କହିଥିଲେ ଯେ, ଦୀର୍ଘ ୪୦ ବର୍ଷ ଧରି ଏହି ନିର୍ବାଚନମଣ୍ତଳୀରେ ରାଜନୀତି କରୁଥିବା ବ୍ୟକ୍ତି କେବଳ ନିଜ ସ୍ବାର୍ଥ ପୂରଣ ପାଇଁ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ୍‌ କରୁଥିବା ଏହି ବ୍ୟକ୍ତିଙ୍କୁ ଦୃଢ଼ ଜବାବ ଦେବାର ସମୟ ଆସି ଯାଇଛି ବୋଲି ସେମାନେ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଅତିଥିମାନଙ୍କୁ ଏକ ବିରାଟ ପଟୁଆରରେ ଅଠରବାଙ୍କୀ ନିକଟରୁ ଦଳୀୟ କର୍ମୀଙ୍କ ପକ୍ଷରୁ ପାଛୋଟି ଅଣାଯାଇଥିଲା। ଅନ୍ୟମାନଙ୍କ ମଧୢରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧୢକ୍ଷା ସବିତା ମହାପାତ୍ର, ବିଜେଡି ନେତା ପିତାମ୍ବର ତରାଇଙ୍କ ସମେତ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର