ଥଇଥାନ ହେଲେ ଛାମୁଆ ନେତା

ଅନୁପ ସାଏ ବିେଜପୁର ପ୍ରଚାର କମିଟି ଅଧ୍ୟକ୍ଷ, ରୀତା ସାହୁ, ଅନାମ, ବଳଭଦ୍ରଙ୍କୁ ବି ଦାୟିତ୍ବ ମିଳିଲା, ରବି ସାମଲ, ଅନୁପ ପାତ୍ର ସାଧାରଣ ସଂପାଦକ

ଭୁବନେଶ୍ବର : ଟିକେଟ୍ ମିଳିନଥିବା ବିଭିନ୍ନ ନିର୍ବାଚନମଣ୍ଡଳୀର ଛାମୁଆ େନତାମାନଙ୍କୁ ବିେଜଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସନ୍ତୁଷ୍ଟ କରିବା ଲାଗି ପଦକ୍ଷେପ େନଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କୁ ସକ୍ରିୟ ରଖିବା ଲାଗି ଗୁରୁ ଦାୟିତ୍ବ ମିଳିଛି। କେଉଁଠି ନିର୍ବାଚନମଣ୍ଡଳୀ ପ୍ରଚାର କମିଟି, ସହ ପର୍ଯ୍ୟବେକ୍ଷକ ଭାବେ ଅବସ୍ଥାପିତ କରାଯାଇଛି ତ ଆଉ େକଉଁଠି ଜିଲ୍ଲା ବା ରାଜ୍ୟ ସଂଗଠନରେ େନତାଙ୍କୁ ଥଇଥାନ କରାଯାଇଛି।

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ବିେଜପୁର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି େଦଇଛନ୍ତି। ବିଧାୟିକା ରୀତା ସାହୁ ସେଠାରେ ସହ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବେ। ବିଧାୟକ ଅନାମ ନାଏକଙ୍କୁ େଲାଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ବିଧାୟକ ବଳଭଦ୍ର ମାଝୀଙ୍କୁ ବିଷମ କଟକ ଓ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ କରାଯାଇଛି। କାଳୀ ପ୍ରସାଦ ମିଶ୍ରଙ୍କୁ ବିଜୁ କୃଷକ ଜନତା ଦଳ ରାଜ୍ୟ ଉପ ସଭାପତି, ସିଦ୍ଧାର୍ଥ ପଣ୍ଡାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ, ରୀତା ଶତପଥୀଙ୍କୁ ବିେଜପୁର ପ୍ରଚାର କମିଟି ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଭାତ ଆଦିତ୍ୟ ମିଶ୍ର ବିେଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଚାର କମିଟି ସେଂଯାଜକ ଭାବେ କାର୍ଯ୍ୟ କରିବେ।

ବିେଜଡି େନତା ରବି ସାମଲ ଓ ଅନୁପ ପାତ୍ରଙ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ, ବଳରାମ ସିଂହ ଯାଦବଙ୍କୁ ବିେଜଡି ରାଜ୍ୟ ସଂପାଦକ, ଭୀଷ୍ମ ସରାଫଙ୍କୁ ବିେଜଡି ରାଜ୍ୟ ସଂପାଦକ ଦାୟିତ୍ବ ସହିତ ବିେଜପୁର ପ୍ରଚାର କମିଟି ସଦସ୍ୟ, ହଂସରାଜ ଜୈନଙ୍କୁ ରାଜ୍ୟ ସଂପାଦକ, ଉଦ୍ଧବ େବହେରାଙ୍କୁ ରାଜ୍ୟ ସଂପାଦକ, ଋଷି କୁମାର ପଟେଲଙ୍କୁ ବିଜୁ କୃଷକ ଜନତା ଦଳ ଉପ ସଭାପତି, ପ୍ରବୀର କୁମାର ମହାନ୍ତିଙ୍କୁ ବିଜୁ ଜନତା ଦଳ ମୁଖପାତ୍ର, ଆଶିଷ କୁମାର ସାହୁଙ୍କୁ ବିେଜଡି ରାଜ୍ୟ ସଂପାଦକ, େଯାଗେନ୍ଦ୍ର ସ୍ବାଇଁଙ୍କୁ ବିେଜପୁର ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ, ପ୍ରଫୁଲ୍ଲ ପାଙ୍ଗୀଙ୍କୁ େକାରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ପ୍ରବୋଧ ରଥଙ୍କୁ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନବୀନ ଥଇଥାନ କରିଛନ୍ତି।

ସେହିପରି ହରେକୃଷ୍ଣ ଷଡ଼ଙ୍ଗୀଙ୍କୁ ନର୍ଲା ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ସୁଦୀପ୍ତ ରାୟଙ୍କୁ କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, କେଶବ ବେଦବାଗଙ୍କୁ ଖରିଆର ଓ ନୂଆପଡା ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ, ରାମଚନ୍ଦ୍ର ପଣ୍ଡାଙ୍କୁ ମୁଖପାତ୍ର ଏବଂ କନ୍ଧମାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ଅେଶାକ କୁମାର ଦାସଙ୍କୁ ନୂଆପଡା ସହ ପର୍ଯ୍ୟବେକ୍ଷକ, ଜଗନ୍ନାଥ ସ୍ବାଇଁଙ୍କୁ ଭଦ୍ରକ ଜିଲ୍ଲା ବିେଜଡି ସଭାପତି, ଏମଡି ଏସକେ ଇନାୟତ(ଚନ୍ଦନ)ଙ୍କୁ େକନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି, ଉମାନାଥ ସାମନ୍ତରାୟଙ୍କୁ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ, ସୁନୀଲ ଷଡଙ୍ଗୀଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି, ଶାରଦା ପ୍ରସନ୍ନ ମହାନ୍ତି (ବାପି)ଙ୍କୁ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି, େଦବାଶିଷ କୁବେରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ, ଦେବଦାସ ମହାନ୍ତିଙ୍କୁ ବିେଜଡି େକନ୍ଦ୍ରାପଡା ଜିଲ୍ଲା ମିଡିଆ ସେଂଯାଜକ, ସୁଜିତ ବଳଙ୍କୁ େକନ୍ଦ୍ରାପଡା ଜିଲ୍ଲା ସଂପାଦକ, କୃଷ୍ଣଚନ୍ଦ୍ର ଦାସଙ୍କୁ ବିେଜଡି ରାଜ୍ୟ ସଂପାଦକ, ସୁଶୀଲ ଶବରଙ୍କୁ ଅନୁସୂଚିତ ଜନଜାତି େସଲ ରାଜ୍ୟ ସାଧାରଣ ସଂପାଦକ ଓ ସୁବିଧ ରଣାଙ୍କୁ ଓବିସି ସେଲ୍ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର