ଅମିତ୍ ଶାହାଙ୍କୁ ବିଜେଡ଼ିର ଜବାବ : ଓଡ଼ିଶାରେ ବିଜେପିର ସ୍ଥିତି ସମ୍ପର୍କରେ ଆଗ ମାଲୁମ୍ ହୁଅ

ଭୁବନେଶ୍ବର : ନିର୍ବାଚନ ପ୍ରଚାରରେ ଆସି ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ଦେଇଛି ବିଜୁ ଜନତା ଦଳ। ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ବିେଜପିର ସ୍ଥିତି େଦଖି ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବାକୁ ଗୁଡାଏ ମିଛ କହିବାକୁ ବାଧ୍ୟ େହାଇଛନ୍ତି।

ଡ. ପାତ୍ର କହିଛନ୍ତି, ଆଜି ଯେତେବେଳେ ଅମିତ୍ ଶାହା ଗଜପତିରେ ନିର୍ବାଚନ ପ୍ରଚାର କରୁଥିଲେ ସେହି ସମୟରେ ଗଜପତିରୁ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡି ବିେଜଡ଼ିରେ େଯାଗ େଦଇଛନ୍ତି। େତଣୁ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ମିଛ ଭାଷଣ ଦେବାରେ କିଛି ଅସଙ୍ଗତି ନାହିଁ । ଶ୍ରୀ ଶାହାଙ୍କୁ ଓଡ଼ିଶାରେ ତାଙ୍କ ଦଳର ପ୍ରାର୍ଥୀଙ୍କ ଅବସ୍ଥା ସଂପର୍କରେ ମାଲୁମ୍ ନାହିଁ । ଏଠି ବିଜେପିର ପ୍ରମୁଖ ନେତା ହାରିଯିବା ଭୟରେ ନିର୍ବାଚନ ଲଢ଼ିବାକୁ ସାହାସ କରିନାହାନ୍ତି। ବିଜେପି ଟିେକଟ ପାଇଥିବା ସତ୍ତ୍ବେ ଜଣେ ପ୍ରାର୍ଥୀ ଦଳ ଛାଡ଼ି ବିଜେଡ଼ିରେ ଯୋଗ େଦଇଛନ୍ତି। ଖାଲି ସେତିକି ନୁହେଁ, ବିଜେପି ଟିକେଟ ପାଇସାରିଥିବା ୧୦ରୁ ୧୫ ଜଣ ନେତା ଏବେ ବିଜେଡ଼ି ସମ୍ପର୍କରେ ଅଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସେମାନେ ଜିତିପାରିବେ ନାହିଁ ବୋଲି ସ୍ୱୀକାର କରିଥିବା ବେଳେ ବିଜେଡ଼ିରୁ ଜିତିବା ନିଶ୍ଚିତ ବୋଲି କହିଛନ୍ତି । ବିଜେପି ନିଜ ପାଇଁ ପ୍ରାର୍ଥୀ ଖୋଜି ପାଉ ନ ଥିବାରୁ ବିଜେଡ଼ି ଅଫିସ ଆଗରେ ବୁଲି ପ୍ରାର୍ଥୀ ଖୋଜୁଛି, କାଳେ ତାଙ୍କୁ କିଏ ମିଳିଯିବେ ।

ଶ୍ରୀ ଶାହା ଯଦି କହିବାର ଥିଲା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନି କହିଥିଲେ ଭଲ ହୋଇଥାଆନ୍ତା ବୋଲି ଡ. ପାତ୍ର କହିଛନ୍ତି। ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କା କାହିଁକି ହୋଇନାହିଁ କହିଥିଲେ ଭଲ ହୋଇଥାଆନ୍ତା। କିନ୍ତୁ ଦୁଃଖର କଥା ତାଙ୍କ ଭାଷଣରେ ଏହା ସ୍ଥାନ ପାଇନାହିଁ ବୋଲି ବିେଜଡି ଆେକ୍ଷପ କରିଛି।

ସମ୍ବନ୍ଧିତ ଖବର