ଅକଳରେ ପକାଇଦେଲା ସତ୍ୟପାଠ : ସେଠି ସ୍ମୃତି ଇରାନି, ଏଠି ବୈଜୟନ୍ତ ପଣ୍ଡା

ଗର୍ଜିଲା ବିଜେଡି, କହିଲା କେନ୍ଦ୍ରାପଡ଼ାକୁ ଠକିଲେ

ଭୁବନେଶ୍ବର : ସ୍ବାସ୍ଥ୍ୟ ଖରାପ ଅପପ୍ରଚାର ପଛରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଛନ୍ତି ବୋଲି ନିକଟରେ ଜାତୀୟ ଗଣମାଧ୍ୟମକୁ ନିଜେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଚର୍ଚ୍ଚା ଥମିନି, ବିେଜଡି ଆଜି ଶ୍ରୀ ପଣ୍ଡାଙ୍କ ବିେରାଧରେ ପୁଣି ଏକ ସାଂଘାତିକ ଅଭିେଯାଗ ଆଣିଛି।

ବୈଜୟନ୍ତ ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ େଦଇଛନ୍ତି େବାଲି େଯଉଁ ଅଭିେଯାଗ ହୋଇଥିଲା, ତାହା େଯ ଆଦୌ ଅମୂଳକ ନଥିଲା, େସ େନଇ ଦଳ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ରଖିଛି। ବିଜେଡି େନତା ସିଧା ସିଧା ଅଭିେଯାଗ ଆଣି ବୈଜୟନ୍ତ କେଉଁଭଳି ଭାବେ େକନ୍ଦ୍ରାପଡ଼ା ବାସୀଙ୍କୁ ଠକିଥିଲେ, ତାହାର ଗୁମର େଖାଲିଛନ୍ତି। େଗାଟିଏ ପଟେ ସମାନ ପ୍ରସଙ୍ଗରେ େକନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସେମିତି ଏକ ଅଭିେଯାଗରେ ବିେଜପିର ଅନ୍ୟତମ ହେଭିେଵଟ୍ େନତା େକନ୍ଦ୍ରାପଡ଼ା େଲାକସଭା ପ୍ରାର୍ଥୀ ବୈଜୟନ୍ତ ଫସିବା ଘଟଣା ଉଭୟ ଜାତୀୟ ଓ ରାଜ୍ୟ ରାଜନୀତି ପାଇଁ ଚର୍ଚ୍ଚାର େଖାରାକ େଯାଗାଇଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ବିେଜଡି ଅଭିେଯାଗ କରିଛି, ୨୦୧୪ ନିର୍ବାଚନରେ ବୈଜୟନ୍ତ େଯଉଁ ମିଥ୍ୟା ସତ୍ୟପାଠ କରିଥିଲେ, ବିେଜଡି େଘରିବା ପରେ ତାହାକୁ ସେ ଏଥର ସେଂଶାଧନ କରିଛନ୍ତି। ସେତେବେଳେ ଗଣମାଧ୍ୟମରେ ସେ ଏହି ପ୍ରସଙ୍ଗକୁ ଫାଙ୍କି େଦଇଥିଲେ ଓ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ବିେରାଧରେ ବିେଷାଦ୍‌ଗାର କରିଥିଲେ। ଆଜି କିନ୍ତୁ ନିଜ ସତ୍ୟପାଠରେ ସତକୁ ସ୍ବୀକାର କରିବାକୁ ବାଧ୍ୟ େହାଇଛନ୍ତି, ଲୁଚାଇ ପାରିନାହାନ୍ତି।

ବିେଜଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କହିଥିଲେ, ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ନିଜକୁ କେବଳ ଜଣେ ସିଟିଂ ଏମ୍‌ପି େବାଲି ଦର୍ଶାଇଥିଲେ। ତାଙ୍କର କୌଣସି କାରବାର ଏବଂ ଇମ୍ଫା ମାଇନିଂ କଂପାନି ଉପାଧ୍ୟକ୍ଷ ପଦର କଥା ସେଥିରେ ଉଲ୍ଲେଖ କରାଯାଇନଥିଲା। ବୈଜୟନ୍ତ ତଥ୍ୟ ଲୁଚାଇଛନ୍ତି େବାଲି ୨୦୧୮ ମାର୍ଚ୍ଚ ମାସରେ େକନ୍ଦ୍ରାପଡ଼ାରୁ ଅଭିେଯାଗ ଉଠିଥିଲା। ସେମାନଙ୍କ ଅଭିେଯାଗ ଆଧାରରେ ବୈଜୟନ୍ତଙ୍କ ବିେରାଧରେ ଜନ ପ୍ରତିନିଧି ଆଇନ, ୧୯୫୧ ଉଲ୍ଲଂଘନ ନେଇ ଥାନାରେ ଫୌଜଦାରି ମାମଲା ରୁଜୁ େହାଇଥିଲା।

ସେତେବେଳେ ଏକଥା େଠା ଠା ଫାଙ୍କିଥିବା ବୈଜୟନ୍ତ କିନ୍ତୁ ୨୦୧୯ ସତ୍ୟପାଠର ଆଇଟମ୍ ନଂ ୯୮ରେ ସତ ଓଗାଳିଛନ୍ତି। ଦର୍ଶାଇଛନ୍ତି, ୨୦୧୮ ଅେକ୍ଟାବର ୨୮ ତାରିଖରୁ ୩ ବର୍ଷ ପାଇଁ ମାସକୁ ୧୭ଲକ୍ଷ ଟଙ୍କା ପାରିଶ୍ରମିକ (ବାର୍ଷିକ ୨ େକାଟିରୁ ଅଧିକ)ରେ ଇମ୍ଫାର ଉପାଧ୍ୟକ୍ଷ ପଦରେ ସେ ନିଯୁକ୍ତି ପାଇଛନ୍ତି। ଇମ୍ଫା ଉପାଧ୍ୟକ୍ଷ ପଦରେ ବୈଜୟନ୍ତ ତାଙ୍କ ନିଯୁକ୍ତିର ତାରିଖକୁ ଅକ୍ଟୋବର ୨୦୧୮ ବୋଲି ଚତୁରତାର ସହିତ ଉଲ୍ଲେଖ କରିଛନ୍ତି। ମାତ୍ର ୨୦୧୩-୧୪ ଓ ୨୦୧୪-୧୫ ଇମ୍ଫା ବାର୍ଷିକ ରିେପାର୍ଟରେ ବି ବୈଜୟନ୍ତ କଂପାନିର ଉପାଧ୍ୟକ୍ଷ ଥିବା ଦର୍ଶାଯାଇଛି। ତାଙ୍କର ବାର୍ଷିକ ଦରମା ୧.୦୪ େକାଟି େବାଲି େସଥିରେ ଦର୍ଶାଯାଇଛି। ଏହାକୁ ସେ ଲୁଚାଇଛନ୍ତି।

ବିେଜଡି ଅଭିେଯାଗ କରିଛି େଯ େକନ୍ଦ୍ରାପଡାବାସୀଙ୍କ ସହିତ ବୈଜୟନ୍ତ ଖେଳି ସେମାନଙ୍କୁ ଠକିଛନ୍ତି। ବର୍ତମାନ ସେ ପୁଣି ଥରେ ପ୍ରାର୍ଥୀ େହାଇଥିବାରୁ େକନ୍ଦ୍ରାପଡାବାସୀ ତାଙ୍କ ଅସଲ େଚହେରା େଖାଲିଦେବେ।

ଉଲ୍ଲେଖଯୋଗ୍ୟ, ଟିକେଟ୍ ଆବଣ୍ଟନ େବଳେ ବିେଜଡି ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ଏ ସଂକ୍ରାନ୍ତରେ ସାଂଘାତିକ ମନ୍ତବ୍ୟ ରଖିଥିଲେ। ନବୀନ କହିଥିଲେ, ଅନୁଭବ ତାଙ୍କ ସତ୍ୟପାଠରେ ସବୁ ସତ କଥା େଲଖିବେ। ନବୀନଙ୍କ ଏହି ମନ୍ତବ୍ୟ େଯ ବୈଜୟନ୍ତଙ୍କ ପ୍ରତି ଥିଲା, ଏକଥା ଆଜି ସାମ୍ନାକୁ ଆସିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଲେନିନ୍ ମହାପାତ୍ର, ସୁଲତା େଦଓ ଓ ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜୁ ଜନତା ଦଳ ଆଣିଥିବା ଅଭିଯୋଗକୁ ଖୋଦ୍ ଶ୍ରୀ ପଣ୍ଡା ଖଣ୍ଡନ କରିଛନ୍ତି । କହିଛନ୍ତି, ଗତଥର ତାଙ୍କ ରୋଜାଗାର ଉତ୍ସ ସମ୍ପର୍କରେ ସତ୍ୟପାଠରେ ଯାହା ଉଲ୍ଲେଖ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ସତ୍ୟ। କିନ୍ତୁ ବିଜୁ ଜନତା ଦଳ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦ୍‌ନାମ କରିବା ପାଇଁ ସତ୍ୟକୁ ଭିନ୍ନରୂପ ଦେଇଥିଲା। ଯାହା ଉପରେ କୋର୍ଟ ରହିତାଦେଶ ଜାରି କରିଥିଲେ। ଏବର ସତ୍ୟପାଠରେ ମଧ୍ୟ ସବୁ ଠିକ୍ ତଥ୍ୟ ଦିଆଯାଇଛି।

ଶ୍ରୀ ପଣ୍ଡା ଆହୁରି ଦର୍ଶାଇଛନ୍ତି, ଗତ ୧୮ ବର୍ଷ ଧରି ସେ ବିଜେଡି ସାଂସଦ ଥିବାବେଳେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ଆସୁନଥିଲା। ଏବେ ଗତବର୍ଷ ଠାରୁ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ବିଜେଡି କରିଆସୁଛି। ବିଜୁ ଜନତା ଦଳ ଏବେ ଦୁର୍ନୀତିଗ୍ରସ୍ତ ଓ ନିର୍ବୋଧ ଅପରାଧୀଙ୍କ ଦଳ ପାଲଟିଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ଓଡ଼ିଶାର ଲୋକେ ଏହି ଦଳକୁ ଚିହ୍ନି ସାରିଲେଣି। ଆଗାମୀ ଅଳ୍ପ ସପ୍ତାହରେ ଓଡ଼ିଶା ଏହି ନିର୍ବୋଧ ଓ ଠକଙ୍କ କବଳରୁ ମୁକ୍ତି ପାଇବ ବୋଲି ଶ୍ରୀ ପଣ୍ଡା କଟାକ୍ଷ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶିକ୍ଷାଗତ ଯୋଗ୍ୟତାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅଡୁଆରେ ପଡିଛନ୍ତି। କେତେ ଯାଏଁ ପଢିଛନ୍ତି ସ୍ମୃତି ତାହା ହିଁ ବିତର୍କର ମୁଖ୍ୟ ବିଷୟ େହାଇଛି। ୨୦୧୪ ନିର୍ବାଚନୀ ସତ୍ୟପାଠରେ ଡିଗ୍ରି ହାସଲ କରିଥିବା ନେଇ ସତ୍ୟପାଠ ଦେଇଥିବା ସ୍ମୃତି ଇରାନି, ୨୦୧୯ ସତ୍ୟପାଠରେ ଡିଗ୍ରି ସରିନଥିବା ଦର୍ଶାଇଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

ସମ୍ବନ୍ଧିତ ଖବର