ଭୁବନେଶ୍ବର : ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ହୋଇଥିବା ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ଲୋକେ ଗ୍ରହଣ କରିନାହାନ୍ତି। ଏ କଥା ଏବେ ଖୋଦ ବିଜେପି ଦଳର ନେତାମାନେ ଜାଣିସାରିଲେଣି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡାକି ନିର୍ବାଚନୀ ଭାଷଣ କରାଉଛନ୍ତି। କେନ୍ଦ୍ରାପଡ଼ା ଓ ବାଲେଶ୍ବରର ବସ୍ତା ସାଧାରଣ ସଭାରେ ମୋଦୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରିପ୍ରକ୍ଷୀରେ ଏପରି କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ବିଜେପି କ୍ଷମତାକୁ ଗଲାପରେ ଡବଲ ଇଞ୍ଜିନ ବାଲା ଗାଡ଼ିଟି ଲାଇନଚ୍ୟୁତ ହୋଇଥିଲା। ଠିକ୍ ସମାନ ସ୍ଥିତି ଏବେ ଓଡ଼ିଶାରେ ବି ଦଳ ଏହି ନିର୍ବାଚନରେ ଦେଖିବାକୁ ଯାଉଛି। ନିର୍ବାଚନରେ ପରାଜୟ ଭୟରେ ନିରୁତ୍ସାହିତ, ହତୋତ୍ସାହିତ ବିଜେପି ନେତାଙ୍କ ମନୋବଳକୁ ପୁଣି ଥରେ ଠିଆ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପଚେଷ୍ଟା କରୁଛନ୍ତି। ଏପରିକି ଖୋଦ୍ ଗୁଜୁରାଟରେ ବି ବିଜେପି ପ୍ରତି ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟରେ ଦେଶରେ ବିଜେପି ଲୋକଙ୍କ ଆସ୍ଥା ହରାଇଲାଣି। ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ଶୋଚନୀୟ ପରାଜୟ ବରଣ କରିବ। ଆଉ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ନିର୍ବାଚିତ କରାଇ ମୁଖ୍ୟମନ୍ତ୍ରୀ କରିବାକୁ ରାଜ୍ୟବାସୀ ସ୍ଥିର କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Sasmit-patra.jpeg)