ସମର୍ଥନ ଲାଗି ବିଜେଡିର ସର୍ତ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ବିକାଶରେ ସହଯୋଗ

0

ଭୁବନେଶ୍ବର : ବୁଥ ବାହୁଡା ମତ ସୂଚାଉଛି ଯେ କେନ୍ଦ୍ରରେ ପୁଣି ଏନ୍‌ଡିଏ ସରକାର ଶାସନକୁ ଫେରିବ। ହେଲେ ଅଧିକାଂଶ ରାଜନୈତିକ ଦଳ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ବରଂ ପୂର୍ବାନୁମାନ ଭୁଲ୍‌ ହେବ ବୋଲି ସୂଚାଇ ବିକଳ୍ପ ରାଜନୈତିକ ଶକ୍ତି କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ରାଜନୈତିକ ବିେଶଷଜ୍ଞ ଯେଉଁ ପୂର୍ବାନୁମାନ ଲଗାଉଛନ୍ତି, ସେଥିରେ ଏନ୍‌ଡିଏ ସପକ୍ଷରେ ମଧ୍ୟ ସ୍ପଷ୍ଟ ବହୁମତ ନାହିଁ। ଏପରିସ୍ଥଳେ ବିଜେପି ମ୍ୟାଜିକ୍ ନମ୍ବର ହାସଲ ପାଇଁ ଟିଆର୍‌ଏସ୍, ବିଜେଡି ପ୍ରମୁଖଙ୍କ ସମର୍ଥନ ନେଇପାରେ।

ଏଭଳି ଏକ ଚର୍ଚ୍ଚା ଆସନ୍ତା ୨୩ ତାରିଖରେ କି ରୂପ ନେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ କୌତୂହଳର ଏନଡିଏ ସରକାରକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ ପରେ ବି ଜାତୀୟ ଗଣମାଧ୍ୟମରେ ଆଞ୍ଚଳିକ ଦଳର ଭୂମିକା ନେଇ ଆଲୋଚନା ଥମୁନି। ବିଜେଡି ଭଳି ରାଜନୈତିକ ଦଳର କେନ୍ଦ୍ରୀୟ ଆଭିମୁଖ୍ୟ ସଂପର୍କରେ ଗଣମାଧ୍ୟମ କଥା ଉଠାଇଲାଣି।

ଏଣୁ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଛଳରେ ବିଜେଡି ତାର କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯେ ଓଡ଼ିଶା ପାଇଁ ୨୦୧୯ ନିର୍ବାଚନ ଅପୂର୍ବ ସୁଯୋଗ। ଓଡ଼ିଶାକୁ ଯିଏ ସହଯୋଗ କରିବ, ତାକୁ ଦଳ ସମର୍ଥନ ଜଣାଇବାକୁ ଦ୍ବିଧା କରିବ ନାହିଁ।

ଦଳର ମୁଖପାତ୍ର ଶ୍ରୀ ପଟ୍ଟନାୟକ ସହଯୋଗର ସଂଜ୍ଞା େଖାଲି ଆହୁରି ପାଦେ ଆଗକୁ ଯାଇଛନ୍ତି। କହିଛନ୍ତି, ଓଡ଼ିଶାକୁ ଗତ ଦିନରେ ଉପା ଓ ଏନଡିଏ ସରକାର ଅବହେଳା କରିଛନ୍ତି। ଦୁଇ ଦଶନ୍ଧିର ଦାବି ଯିଏ ପୂରଣ କରିବ, ଏଥର କିନ୍ତୁ ତାକୁ ସମର୍ଥନ କରିପାରେ ବିେଜଡି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ କଥା ଏହି ସର୍ତ ମଧ୍ୟରୁ େଗାଟିଏ। କେବଳ ସେତିକି ନୁହେଁ, େକାଇଲା ରୟାଲଟି ଠାରୁ ଆରମ୍ଭକରି ଓଡ଼ିଶା ସରକାର େଯଉଁ ସବୁ ଦାବି ରଖିଆସିଛନ୍ତି, ତାକୁ ହାସଲ ପାଇଁ ପଦକ୍ଷେପ େନବା ସରକାରକୁ ଦଳ ସମର୍ଥନ ଦେବାକୁ ଚାହିଁବ। ଅର୍ଥାତ୍, ନିର୍ବାଚନ ପୂର୍ବରୁ ବିେଜପି ଓ କେଂଗ୍ରସ ମେଣ୍ଟ ଠାରୁ ସମଦୂରତ୍ବ ରହିବା ନିଷ୍ପତ୍ତିରୁ ବିେଜଡି ଏ ପାଳି ଓହରିଯିବା ସମ୍ଭାବନା ଅଧିକ।

ପ୍ରକାଶଥାଉକି, ଆବଶ୍ୟକ ସଂଖ୍ୟା ଅଭାବ ପୂର୍ବାନମାନ କରି ବିେଜପି ନିର୍ବାଚନ ସମୟର ଆଚରଣରେ ସେଂଶାଧନ ଆଣିଛି। ଓଡ଼ିଶାରେ େଭାଟ ସମୟର ରାଜ୍ୟ ଓ େକନ୍ଦ୍ର ବିେଜପି େନତାଙ୍କ ଉଗ୍ରତା ଭୋଟ ପରଦିନ ଠାରୁ ନାହିଁ। ବରଂ ଫନି ବିପର୍ଯ୍ୟୟରେ ଦଳ ପ୍ରଶଂସା ଲଦିଛି ଓ ସହଯୋଗର ଚାପରେ ସରକାରଙ୍କୁ ବଳ େଦଇଛି। ଏପରି େକ୍ଷତ୍ରରେ ୨୩ ତାରିଖରେ ଯଦି ସଂଖ୍ୟାର ଅଭାବ ରହେ, ତେବେ ବିଜେଡି-ବିେଜପି ସଂପର୍କ ପୁଣି େଫରିବା ସମ୍ଭାବନାକୁ ଏଡାଇ ଦେଇ େହବନାହିଁ। ଅବଶ୍ୟ କେଂଗ୍ରସ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆେଲାଚନା ପାଇଁ ଆମନ୍ତ୍ରଣ କରିଛି ଓ ସହଯୋଗର ହାତ ବଢାଇବାକୁ ଅନୁେରାଧ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.