ଉପନିର୍ବାଚନରେ ବିଜେଡିର ବାଜିମାତ୍‌

ବିଜେପୁର ରାସ୍ତାରେ ବିଜାତଳା, ବିଜେପିରୁ ମୁହଁ ଫେରାଇଲେ ଭୋଟର, ତୃତୀୟ ସ୍ଥାନରେ ଜେଏମ୍ଏମ୍, ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ

ଭୁବନେଶ୍ବର : ୨୦୧୭ରେ ସମୁଦାୟ ଯେତିକି ଭୋଟ ପଡିଥିଲା, ଏଥର ତା ଠାରୁ ୪୬୦ ଖଣ୍ଡ ଭୋଟ ଅଧିକ ପଡିଛି। କିନ୍ତୁ ଗତଥର ଯେତିକି ଲୋକ ପସନ୍ଦ କରିଥିଲେ,ଏଥର ତାର ଅଢେଇ ଗୁଣାରୁ ଅଧିକ ଲୋକ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଶଙ୍ଖ ଚିହ୍ନକୁ ସମର୍ଥନ ଜଣାଇଛନ୍ତି। ଗତଥର ତୁଳନାରେ ବିେଜଡିକୁ ୫୬୫୪ ଖଣ୍ଡ ଭୋଟ ଅଧିକ ମିଳିଛି। ଏଥିସହିତ ବହୁଚର୍ଚ୍ଚିତ ମୟୂରଭଂଜ ଜିଲ୍ଲାର ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ ୪୨୧୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ କୁତୁଲ ହାଁସଦାଙ୍କୁ ହରାଇଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ୧୭ହଜାର ୭୬୧ ଖଣ୍ଡ ଭୋଟ ଓ ଗୋଟିଏ ଜେନର ଏହି ନମୁନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତ ନିର୍ବାଚନରେ ଯେଉଁ ଜିଲ୍ଲାର ଭୋଟର ବିେଜଡିର ଶଙ୍ଖନାଦ ଅପେକ୍ଷା ବିଜେପିର ପଦ୍ମଫୁଲ ଦ୍ବାରା ଅଧିକ ଆକର୍ଷିତ ହୋଇଥିଲେ, ମାତ୍ର ମାସ େକତେଟା ଭିତରେ ସେମାେନ ଗେରୁଆ ଦଳରୁ ମୁହଁ େଫରାଇବା ଘଟଣା ରାଜନୈତିକ ମହଲକୁ ବିସ୍ମିତ କରିଛି। ଏମିତିରେ ବି ଗତ ଦିନରେ ଏହି ଆସନରେ ନା କେେବ ଜନତା ଦଳ ପ୍ରାର୍ଥୀ ଜିତିଛନ୍ତି ନା ବିେଜଡି ଗଠନ େହବା ଦିନଠାରୁ ଏହି େଜାନ ଦଖଲ କରିଥିଲା। ଏଣୁ ଏହି ଫଳାଫଳ ବିେଜଡିକୁ ଉଲ୍ଲସିତ କରିଛି। ବିେଜପି ପାଇଁ ସତର୍କ ଘଣ୍ଟି ସଦୃଶ େହାଇଛି। ଜେଏମ୍ଏମର ପତିଆରା କମୁଥିବା ସଂପର୍କରେ ସୂଚାଇ େଦଉଛି ଓ କେଂଗ୍ରସର ହାତକୁ ମୟୂରଭଂଜବାସୀ ଭରସା କରିପାରୁନାହାନ୍ତି, ଏକଥା ପ୍ରମାଣିତ କରୁଛି। ପୂର୍ବରୁ ବାେଲଶ୍ବର ଜିଲ୍ଲାରେ ମଧ୍ୟ ବିେଜପି ହାତରୁ େଗାଟିଏ େଜାନ୍ ଖସିଥିଲା।

ବିଜାତଳା ଉପନିର୍ବାଚନ ଫଳାଫଳକୁ ପର୍ଯ୍ୟାେଲାଚନା କଲେ ସଙ୍କେତ ମିଳୁଛି, ଗତଥର ଏଠାରେ େମାଟ ୧୭ହଜାର ୩୦୧ ଜଣ େଭାଟର ମତଦାନ କରିଥିଲେ। ଏଥର ଏହି ସଂଖ୍ୟା ବଢି ୧୭ହଜାର ୭୩୧ ଛୁଇଁଛି। କିନ୍ତୁ ବିେଜଡି ଗତ ଥର ୩୨୨୧ଟି େଭାଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଏଥର ପ୍ରଥମ ସ୍ଥାନକୁ ଆସି ପ୍ରତିଦ୍ବନ୍ଦ୍ବୀ ବିେଜପି ଓ ଜେଏମ୍ଏମକୁ ଯଥେଷ୍ଟ ଦୂରରେ ରଖିବାକୁ ସକ୍ଷମ େହାଇଛି। ଏଠାେର ବିେଜଡି ପ୍ରାର୍ଥୀ ଶ୍ରୀ ମାଝୀ ୮୮୭୫ େଭାଟ ପାଇଛନ୍ତି। ପ୍ରତିଦ୍ବନ୍ଦ୍ବୀ ବିେଜପି ଗତଥର ୬୯୨୦ େଭାଟ ପାଇ ଏହି ଆସନରେ ଜିଣିଥିଲା, ଏଥର ୨୩୫୯ ଜଣ େଭାଟର ଦଳଠାରୁ ମୁହଁ େଫରାଇ େନବାରୁ ଗେରୁଆ ପ୍ରାର୍ଥୀଙ୍କୁ ୪୬୬୧ େଭାଟ ମିଳିଛି। େସହିପରି ଇତିମଧ୍ୟରେ ଜେଏମ୍ଏମର େନତୃତ୍ବ ବଦଳିଛି ଓ ଦଳ ଅଧିକ ସଂଗଠିତ େହାଇଥିବା ଦାବି କରୁଛି। ତା’ସତ୍ତ୍ବେ ନିଜ ଗଡରେ ଦଳ ଦୁଇ ନମ୍ବରରୁ ଏକ ନମ୍ବରକୁ ଆସିବା ପରିବର୍ତେ ତିନି ନମ୍ବର ସ୍ଥାନକୁ ଖସିଛି। ଏଠାରେ ଜେଏମ୍ଏମ୍ ପ୍ରାର୍ଥୀ ମୀନା ସୋରେନ୍ ଗତ ନିର୍ବାଚନ ତୁଳନାରେ ୨୩୦୭ଟି େଭାଟ କମ ପାଇଛି। ଅର୍ଥାତ୍ ଦଳୀୟ ପ୍ରାର୍ଥୀଙ୍କୁ ଏଥର ମାତ୍ର ୨୮୬୭ ପ୍ରାର୍ଥୀ ସମର୍ଥନ ଜଣାଇଛନ୍ତି। କୌତୂହଳର କଥା େହଲା, କଂଗ୍ରେସ ଏଥର ଆହୁରି େଶାଚନୀୟ ପ୍ରଦର୍ଶନ କରିଛି। ୧ ପ୍ରତିଶତ େଭାଟର ମଧ୍ୟ ଦଳକୁ ସମର୍ଥନ କରିବାକୁ ନାରାଜ। ଗତଥର କେଂଗ୍ରସ ପ୍ରାର୍ଥୀ ୩୨୧ଟି େଭାଟ ପାଇଥିଲେ, ଏଥର ଏହି ସଂଖ୍ୟା ୧୬୨କୁ ଖସିଆସିଛି। କେଂଗ୍ରସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁଙ୍କ ଅମାନତ ଉଡିଯାଇଛି।

ଉଲ୍ଲେଖଯୋଗ୍ୟ, ଆଜି ଯାଜପୁର, େକନ୍ଦୁଝର, ରାୟଗଡା, ଅନୁଗୁଳ, ନୟାଗଡ, କଟକ, ନବରଙ୍ଗପୁର, େକାରାପୁଟ, ମୟୂରଭଂଜ, ବାଲେଶ୍ବର, କଳାହାଣ୍ଡି, େଢଙ୍କାନାଳ, ସୁନ୍ଦରଗଡ ଭଳି ୧୩ଟି ଜିଲ୍ଲାର େଗାଟିଏ ଜିଲ୍ଲା ପରିଷଦ, ୧୦ଟି ସରପଞ୍ଚ, ୭ଟି ସମିତି ସଭ୍ୟ ଲାଗି େହାଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଆମ ପ୍ରତିନିଧିଙ୍କ ସୂଚନା ମୁତାବକ, େକନ୍ଦୁଝରରେ ସମିତି ସଭ୍ୟ ନିର୍ବାଚନରେ ସ୍ଥାନୀୟ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ପ୍ରଚାର ସତ୍ତ୍ବେ ସନା ସମର୍ଥକ ବିଜୟ ଲାଭ କରିଛନ୍ତି। ମୟୂରଭଂଜ ଓ କଳାହାଣ୍ଡିର େଗାଟିଏ େଲଖାଏଁ ଆସନରେ ବିେଜପି ସମର୍ଥକ ପ୍ରାର୍ଥୀ ଜିତିଛନ୍ତି।

ଏପଟେ ବିେଜଡି ଦାବି କରିଛି, ପାଳଲହଡା, ମାହାଙ୍ଗା, େପାଲସରା, ରାୟଗଡା, ଭାପୁର, େବାରିଗୁମ୍ମା, ନନ୍ଦପୁର, ବଣାଇଗଡ ବ୍ଲକର େଗାଟିଏ େଲଖାଏ ପଞ୍ଚାୟତ ଓ େଢଙ୍କାନାଳ ସଦର, ଜୁନାଗଡ ବ୍ଲକର ଦୁଇଟି େଲଖାଏଁ ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ଉପ ନିର୍ବାଚନରେ ବିେଜଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ମୁନିଗୁଡା ବ୍ଲକର ଦୁଇଟି ପଞ୍ଚାୟତରେ ଅନୁଷ୍ଠିତ ସମିତି ସଭ୍ୟ ଉପନିର୍ବାଚନରେ ବିେଜଡି ସମର୍ଥିତ ପ୍ରାର୍ଥୀ ମଧ୍ୟ ଜିତିଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ବିେଜଡି େନତାମାେନ କହିଛନ୍ତି େଯ ୨୦୧୭ରେ ପଞ୍ଚାୟତ ନିର୍ବାଚନ ପରେ ଏ ପର୍ଯ୍ୟନ୍ତ କୌଣସି େଗାଟିଏ ବି ନିର୍ବାଚନରେ ବିେଜଡି ପ୍ରାର୍ଥୀ ପରାଜିତ େହାଇନାହାନ୍ତି। ଏଥିରୁ ବିେଜଡି ପ୍ରତି ଓଡ଼ିଶାବାସୀଙ୍କର ସମର୍ଥନ ଅତୁଟ ରହିଥିବା ପ୍ରମାଣିତ େହଉଛି। ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସାଧାରଣ ସଂପାଦକ ଅରୁଣ ସାହୁ, ସମୀର ରଂଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, େବ୍ୟାମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର