ଢେଙ୍କାନାଳ: ହିନ୍ଦୋଳ ଏନଏସିକୁ ଅକ୍ତିଆର କଲା ବିଜେଡି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ନିର୍ବାଚନରେ ଶାସକ ବିଜେଡି ଦଳ ବିଜୟୀ ହୋଇଛି। ହିନ୍ଦୋଳ ଏନଏସିର ୧୬ଟି ଓ୍ଵାର୍ଡ ପାଇଁ ହୋଇଥିିବା ନିର୍ବାଚନରେ ବିଜେଡି ୧୩ଟି ଆସନରେ ବିଜୟୀ ହୋଇଛି। ଗୁରୂତ୍ୱପୂର୍ଣ୍ଣ ହେଉଛି ଏଠାରେ ଦୁଇଜଣ ସ୍ୱଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଜଣେ ବିଜେପି ପ୍ରାଥୀ ବିଜୟୀ ହୋଇଛନ୍ତି। ମାତ୍ର ଗତ ଏନଏସି ନିର୍ବାଚନରେ ହିନ୍ଦୋଳ ଏନଏସିରେ କଂଗ୍ରେସ ଦଳ ଏଠାରେ ଏନଏସି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିବା ବେଳେ ଏଥର ଗୋଟିଏ ବି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ପାରି ନାହାଁନ୍ତି। ତେବେ ଏହି ସବୁ ସ୍ଥାନରେ ଶାସକ ବିଜେଡକୁ କଡ଼ା ଟକ୍କର ଦେଇଛି ଭାରତୀୟ ଜନତା ପାର୍ଟି। ପ୍ରାୟ ସବୁ ସ୍ଥାନରେ ବିଜେପି ପ୍ରାଥୀମାନେ ଦ୍ୱିତୀୟ ସ୍ଥାନରେ ରହି ବିଜେଡିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧିତ ଖବର