Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେଡି

0 390

ଭୁବନେଶ୍ୱର: ଚିଟ୍‌ ଫଣ୍ଡ ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନ୍‌ରେ ଆସିଥିବା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ନିର୍ଦ୍ଦେଶ ଉଠାଇ ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଚିଟ୍‌ ଫଣ୍ଡ ମାମଲାରେ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍‌ ବିରୋଧରେ ସିବିଆଇ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା। ମାତ୍ର ସିବିଆଇର ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ବିଜେଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

nine − four =