ଖୋର୍ଧାରେ ରାଜେନ୍ଦ୍ର ସାହୁଙ୍କୁ ପୁଣିଥରେ ସୁଯୋଗ ଦାବିରେ ନବୀନ ନିବାସରେ ଦଳୀୟ କର୍ମକର୍ତା

ଭୁବନେଶ୍ବର : ଖୋର୍ଧା ବିଧାନସଭା ନିର୍ବାଚନମଣ୍ତଳୀରେ ବର୍ତମାନର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଆଉଥରେ ପ୍ରାର୍ଥୀ କରିବାକୁ ଟାଙ୍ଗୀ ବ୍ଲକର ସ୍ଥାନୀୟ ଜନ ପ୍ରତିନିଧି ତଥା ବିଜେଡି କର୍ମକର୍ତାମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଭେଟି ଶ୍ରୀ ସାହୁଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରିବା ପାଇଁ କର୍ମକର୍ତାମାନେ ଦୃଢ଼ ଦାବି କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କ ଦୃଢ଼ ନେତୃତ୍ବ ତଥା ସା˚ଗଠନିକ ଦକ୍ଷତା ଯୋଗୁଁ ଖୋର୍ଧା ନିର୍ବାଚନମଣ୍ତଳୀ ବିଜେଡିର ଗଡ଼ ଭାବେ ପ୍ରତିଷ୍ଠା ଲାଭ କରିଥିବା ସେମାନେ ଉଲ୍ଲେଖ କରିଥିଲେ। ବିକାଶ କାର୍ଯ୍ୟରେ ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ସମସାମୟିକ ନେତାମାନଙ୍କଠାରୁ ସେ ଅତ୍ୟନ୍ତ ଜନପ୍ରିୟ ରାଜନେତା ବୋଲି ସେମାନେ କହିଥିଲେ। ଏହାଛଡ଼ା ଶ୍ରୀ ସାହୁଙ୍କୁ ବିନା ସର୍ତ୍ତରେ ବିପୁଳ ଭୋଟରେ ନିର୍ବାଚିତ କରାଇବା ଏବ˚ ନବୀନ ବାବୁଙ୍କୁ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରାଇବାକୁ ଜନ ପ୍ରତିନିଧି ତଥା କର୍ମକର୍ତାମାନେ ସେଠାରେ ପ୍ରତିଜ୍ଞା କରିଥିବା ଜଣାପଡ଼ିଛି।

ଏହି ସାକ୍ଷାତ ଅବସରରେ ଅନ୍ୟମାନଙ୍କ ମଧୢରେ ଟାଙ୍ଗୀ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର, ବ୍ଲକ ଅଧୢକ୍ଷ ବିଜୟ କୁମାର ଜେନା, ଉପାଧୢକ୍ଷ ତୃପ୍ତିମୟୀ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସ୍ବଦେଶ ରାଉତରାୟ, ସଦସ୍ୟା ଗୀତାଞ୍ଜଳୀ ପାଟ୍ଟସାହାଣୀ, ରିସ୍ନା ମାନ୍ଧାତା, ଖୋର୍ଧା ଟାଉନ ବିଜେଡ଼ି ସଭାପତି ଅଭିଷେକ ସି˚ହ ସାମନ୍ତ ଓ ପବିତ୍ର ପାଇକରାୟଙ୍କ ସମେତ ବ୍ଲକର ୧୮ ଜଣ ସରପଞ୍ଚ, ୧୬ ସମିତି ସଭ୍ୟସଭ୍ୟା ଓ ଶତାଧିକ ତୃଣମୂଳ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପରେ ସେମାନେ ରାଜ୍ୟସଭା ସା˚ସଦ ସୌମ୍ୟର˚ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଅନୁରୂପ ଦାବି ଉପସ୍ଥାପନ କରିବା ସହିତ ନିବେଦନପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର