ମହାନଦୀ ପ୍ରସଙ୍ଗରେ ବିଜେଡିର ଧ୍ୟାନ ଆକର୍ଷଣକାରୀ ନୋଟିସ ଉପରେ  ରାଜ୍ୟସଭାରେ ଆଲୋଚନା ହେବ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ମାସ  ପ୍ରଥମ ସପ୍ତାହରେ ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ। ବିଜେଡ଼ି ପକ୍ଷରୁ ରାଜ୍ୟସଭାରେ ଦିଆଯାଇଥିିବା ଧ୍ୟାନ ଆକର୍ଷଣକାରୀ ନୋଟିସ ପରିପ୍ରେକ୍ଷୀରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଏହା ଉପରେ ଆଲୋଚନା ପାଇଁ ରାଜି ହୋଇଥିବା ରାଜ୍ୟ ସଭା ସାଂସଦ ତଥା ବିଜେଡ଼ି ନେତା ଦିଲ୍ଲୀପ ତିର୍କୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡ଼ୁ ବିଜେଡ଼ି ପକ୍ଷରୁ ଆଗତ ଆଡ୍‌ଜର୍ଣ୍ଣମେଣ୍ଟ ମୋସନକୁ ଅଗ୍ରାହ୍ୟ କରି ଅନ୍ୟ ନୋଟିସ ଦେବା ପାଇ କହିଥିଲେ। ଏହି ଆଧାରରେ ବିଜେଡି  ପକ୍ଷରୁ ଧ୍ୟାନ ଆକର୍ଷଣକାରୀ ନୋଟିସ ଦିଆଯାଇଥିଲା। ଆଜି ଅଧ୍ୟକ୍ଷ ଶ୍ରୀ ନାଇଡୁ ରାଜ୍ୟସଭାର  କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଦଳର ନେତାମାନଙ୍କ ସହିତ ଆଲୋଚନା ବେଳେ   ଦିଲ୍ଲୀପ ତିର୍କୀ ମହାନଦୀ ପ୍ରସଙ୍କ ଆଲୋଚନା ପାଇଁ ଜୋର ଦେଇଥିଲେ। ଶ୍ରୀ ନାଇଡୁ ଏହାର ଆଲୋଚନା ପାଇଁ ରାଜିି ହୋଇଥିବା ଶ୍ରୀ ତିର୍କୀ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର