ଚର୍ଚ୍ଚାରେ କନ୍ଧମାଳ ରାଜନୀତି : ପ୍ରଚାର ମୈଦାନରେ ତିନି ପ୍ରମୁଖ ଦଳର ନେତା, ବିଜୟ ପାଇଁ ଜୋରଦାର କସରତ କରୁଛନ୍ତି ଅଚ୍ୟୁତ, ଖାରବେଳ ଓ ମନୋଜ!

କନ୍ଧମାଳ : ଆସନ୍ତା ୧୮ ତାରିଖରେ କନ୍ଧମାଳ ଲୋକସଭା ଆସନ ପାଇଁ ପଡିବ ଭୋଟ୍ । ଏଥର ଏହି ଲୋକସଭା ଆସନରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡି ଏଠାରେ ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକଟ ଦେଇଛି । ବିଜେପି ଟିକଟରେ ଲଢୁଛନ୍ତି ଖାରବେଳ ସ୍ୱାଇଁ । ସ୍ଥାନୀୟ ଚେହେରା ଭାବେ କଂଗ୍ରେସ ଭରସା କରିଛି ମନୋଜ ଆଚାର୍ଯ୍ୟଙ୍କୁ । ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାମକୁ ଅସ୍ତ୍ର କରି ପ୍ରଚାର ଜୋରଦାର କରିଛନ୍ତି ଅଚ୍ୟୁତ ସାମନ୍ତ ।

କନ୍ଧମାଳରେ ହୋଇପାରେ କଡ଼ା ଟକ୍କର । ଖାରବେଳ ବନାମ ଅଚ୍ୟୁତ ବନାମ ମନୋଜ । ପ୍ରଚାର ମୈଦାନରେ ତିନି ପ୍ରମୁଖ ଦଳର ନେତା । ବିଜେଡିରୁ ଅଚ୍ୟୁତ ସାମନ୍ତ, ବିଜେପିରୁ ଖାରବେଳ ସ୍ୱାଇଁ ଏବଂ କଂଗ୍ରେସରୁ ମନୋଜ ଆଚାର୍ଯ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା କନ୍ଧମାଳ ଲୋକସଭା ପାଇଁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ନଜର ପକାନ୍ତୁ କେଉଁ ନେତାଙ୍କ କେତେ ଦମ୍ ?

ଅଚ୍ୟୁତ ସାମନ୍ତ, ବିଜେଡି ଲୋକସଭା ପ୍ରାର୍ଥୀ 

– ବିଜେଡି ଓ ନବୀନଙ୍କ ହାୱା ଅଚୁତ୍ୟଙ୍କ ପାଇଁ ବଡ ଶକ୍ତି
– ଗରିବ ପିଲାଙ୍କୁ ମାଗଣା ଶିକ୍ଷା ତାଙ୍କୁ ଜନପ୍ରିୟ କରିଛି
– ବ୍ୟକ୍ତିଗତ ଭାବମୂର୍ତ୍ତି ମଧ୍ୟ ରହିଛି

ଖାରବେଳ ସ୍ୱାଇଁ, ବିଜେପି ଲୋକସଭା ପ୍ରାର୍ଥୀ 

– ମୋଦୀଙ୍କ ସପକ୍ଷରେ ହାୱା ଖାରବେଳଙ୍କ ବଡ଼ ଅସ୍ତ୍ର
– ୩ ଥର ସାଂସଦ ଥିବାରୁ ରାଜନୈତିକ ଅଭିଜ୍ଞତା ରହିଛି
– ଶିକ୍ଷିତ ଏବଂ ସରଳ ଜୀବନଯାପନ ପାଇଁ ଚର୍ଚ୍ଚିତ

ମନୋଜ କୁମାର ଆଚାର୍ଯ୍ୟ, କଂଗ୍ରେସ ଲୋକସଭା ପ୍ରାର୍ଥୀ 

– କଂଗ୍ରେସର ପକେଟ ଭୋଟ୍ ମନୋଜଙ୍କ ପାଇଁ ବଡ଼ ଶକ୍ତି
– ତୃଣମୂଳସ୍ତରରେ କାମ କରିବାର ଅଭିଜ୍ଞତା ରହିଛି
– ନିଜେ ବାଲିଗୁଡ଼ା ଏନଏସିର କାଉନସିଲର ଅଛନ୍ତି

କନ୍ଧମାଳ ଲୋକସଭା ନିର୍ବାଚନ ମୈଦାନରେ ଥିବା ତିନି ପ୍ରମୁଖ ପ୍ରାର୍ଥୀ ନିଜ ନିଜ ବିଜୟ ପାଇଁ ଦୃଢ଼ୋକ୍ତି ବାଢ଼ୁଥିବା ବେଳେ ଦେଖିବାର କଥା ଆସନ୍ତା ୧୮ ତାରିଖରେ କାହା ସପକ୍ଷରେ ଭୋଟ୍ ଦେଉଛି କନ୍ଧମାଳ ।

ସମ୍ବନ୍ଧିତ ଖବର