ପାଣ୍ଡିଆନଙ୍କ ବାସଭବନ ଆକ୍ରମଣ ଘଟଣା: ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ପଶି ଗୋବର ଫିଙ୍ଗିବା ଓ ଭଙ୍ଘାରୁଜା ଘଟଣାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣ ବିଜେପି କର୍ମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଅର୍ଥାତ୍‌ ୩୦୭ ଦଫା ଲଗାଯାଇଛି । ଏହା ଛଡ଼ା ସେମାନଙ୍କ ବିରୋଧରେ ଆଇପିସିର ୩୪, ୧୪୭, ୪୫୨, ୫୦୬, ୩୨୩ ଓ ୨୯୪ ଦଫା ମଧ୍ୟ ଲାଗିଛି ।

ସମ୍ବନ୍ଧିତ ଖବର