ସଂକଳ୍ପପତ୍ର ପାଇଁ ବିଜେପିର କମିଟି

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପିର ସଂକଳ୍ପପତ୍ର ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ଦଳ ପକ୍ଷରୁ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ କମିଟିର ଅଧ୍ୟକ୍ଷ ଥିଲା ବେଳେ ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ ଆବାହକ ଅଛନ୍ତି। ଏଥିରେ ସଦସ୍ୟ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢ଼ୀ, ପ୍ରଦୀପ ନାୟକ, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଟ୍ରାଇଫେଡ୍‌ ପୂର୍ବତନ ଅଧ୍ୟକ୍ଷା ସୁକେଶୀ ଓରାମ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସ୍ତମ୍ଭକାର ଦିଲ୍ଲୀପ ରାଜ ବେହେରା, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଡାକ୍ତର ଐଶ୍ବର୍ଯ୍ୟା ବିଶ୍ବାଳଙ୍କୁ ଦାୟିତ୍ବ ଦିଆଯାଇଛି। ଏହି କମିଟିକୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅନୁମୋଦନ କରିଛନ୍ତି ବୋଲି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର