ଭଟଲିର ୫ ପଞ୍ଚାୟତରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେଉ : ବିଜେପି

ଭୁବନେଶ୍ବର : ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀରେ ଶାସକ ବିଜେଡିର ମନ୍ତ୍ରୀ ସୁଶାନ୍ତ ସିଂହ ବୁଥ୍‌ ରିଗିଂ ଓ ବୁଥ୍‌ କ୍ୟାପ୍‌ଚରିଂ ପାଇଁ ଯୋଜନା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ନିର୍ବାଚନମଣ୍ଡଳୀର କନାପାଲି, ପାଣିମୁରା, ବାଉସେନମୁରା, ଝର ଓ ବେହେରାପାଲି ପଞ୍ଚାୟତ ସମେତ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ୨୯ଟି ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ସିସିଟିଭି ଲଗାଇ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି। ବିଜେପି ଉସପଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତନିିଧି ଦଳ ସିଇଓଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

ସେହିପରି ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ବୁଥ୍‌ ୮୧, ୮୨, ୮୩, ୧୩୮ ଓ ୧୪୭ରେ ସାନି ମତଦାନ ପାଇଁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି। ଦଳ ପକ୍ଷରୁ କୁହାଯାଇଛି, ସେଠାରେ ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଉପରେ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ବୁଥ୍‌ ରିଗିଂ, କ୍ୟାପ୍‌ଚରିଂ ଓ ପୋଲିଂ ଏଜେଣ୍ଟ୍‌ମାନଙ୍କୁ ବୁଥ୍‌ ଭିତରେ ପ୍ରବେଶ କରାଇ ନ ଦେବାରୁ କିଛି ସ୍ଥାନରେ ଭୋଟର୍‌ମାନେ ତାଙ୍କ ମତ ଅଧିକାର ସାବ୍ୟସ୍ତ କରିପାରି ନାହାନ୍ତି। ‌େତଣୁ ୫ଟି ବୁଥ୍‌ରେ ସାନି ମତଦାନ କରିବାକୁ ସିଇଓ ପଦକ୍ଷେପ ନେବାକୁ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର