ଆଦିବାସୀ ଭୋଟ ଉପରେ ବିଜେପି ନଜର

ଫେବ୍ରୁଆରି ୨ରୁ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ, ଯୋଗଦେବେ ଅମିତ ଶାହା, ମୋଦୀ ଆସିପାରନ୍ତି, ୩ରେ ହକ୍ ପାଇଁ ଭୁବନେଶ୍ବର ଚାଲ ଅଭିଯାନ

ଭୁବନେଶ୍ବର : ଅନୁସୂଚିତ ଜନଜାତି ବିଭାଗ ଦାୟିତ୍ବରେ ଥିଲେ ହେଁ ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ କିଛି ବି ପ୍ରଭାବ ପଡିଲାନି। ଜନଜାତି େଭାଟ ବିେଜପି ହାତରୁ ଚାଲିଗଲା। ପରିଣାମ େହଲା କ୍ଷମତାଚ୍ୟୁତ େହଲା ବିେଜପି। େକନ୍ଦ୍ରର ଜନଜାତି ମନ୍ତ୍ରୀ ଓଡ଼ିଶାର ସାଂସଦ। ଏଠାେର ବି ସ୍ଥିତି ତା ଚାହିଁ ବଳକା। କାଳେ ସ୍ଥିତି ବିଗିଡିଯିବ, ଜନଜାତି େଭାଟ ହାତରୁ ଚାଲିଯିବ, େସ ଚିନ୍ତା ବିେଜପିକୁ ଘାରିଲାଣି। ଆଜି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି େଯ ଆସନ୍ତା ଫେବ୍ରୁଆରି ୨ ଓ ୩ରେ ବିଜେପି ପକ୍ଷରୁ ଭୁବନେଶ୍ବରରେ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ କରାଯିବ। ଜନଜାତିମାନଙ୍କର ଅଧିକାରକୁ ଛଡ଼ାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ଠିକ୍ ଭାବେ ଲାଗୁ ନକରିବା ଓ ଆଦିବାସୀଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଦୁଇ ଦିନିଆ ଅଧିବେଶନ ଆୟୋଜନ ହେବ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି, ଏହି ଅଧିବେଶନ କଟକ ଓ ଭୁବନେଶ୍ବର ମଝିରେ ଆୟୋଜନ ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୫ହଜାର ପ୍ରତିନିଧି ସାମିଲ୍ ହେବେ। ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଯୋଗଦେବେ। ଏହି ଅଧିବେଶନରେ କିପରି ରାଜ୍ୟ ସରକାର ଜମି ନଥାଇ ଆଦିବାସୀଙ୍କୁ ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁୂତି ଦେଉଛନ୍ତି, ୬ମାସ ପାଇଁ ଜାତି ପ୍ରମାଣପତ୍ର ଦିଆଯାଉଛି, ବିଭିନ୍ନ ଜନଜା‌ତି ବର୍ଗଙ୍କୁ ଷ୍ଟାଇପେଣ୍ଡ ମିଳୁନି, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧିମାନଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି ସେ ବିଷୟରେ ଆଲୋଚନା କରାଯିବ।

ସେହିପରି ଫେବ୍ରୁଆରି ୩ତାରିଖରେ ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ବର ଚାଲ’ ଅଭିଯାନ ରାଲି ହେବ। ଏଥିରେ ୧ଲକ୍ଷରୁ ଅଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ପାଇଁ ଦାବି କରିବେ। ମହାଅଧିବେଶନ ସ୍ଥଳରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଏହି ରାଲି ଆସିବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଯୋଗଦେଇ ଉଦ୍‌ବୋଧନ ଦେବେ। ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ୍‌ ହୋଇପାରନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି।

ଅପରପକ୍ଷେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ତଥା ବିଧାୟକ ରବି ନାୟକଙ୍କ ଅଧ୍ୟକ୍ଷତାରେ ଏହି ମହାଅଧିବେଶନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ମଧ୍ୟ ହୋଇଯାଇଛି। ଏଥିରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ସାଂସଦ ରାମବିଚାର ନେତମ, ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ମାନସ ମହାନ୍ତି, ଆଦିବାସୀ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ପୂର୍ବତନ ସାଂସଦ ଜୟୀରାମ ପାଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ମୋହନ ମାଝୀ, କାଳୀରାମ ମାଝୀ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର