ବିଜେପି ପାଖରେ ପ୍ରସଙ୍ଗ ନାହିଁ : ବିଜେଡି

ଭୁବନେଶ୍ବର : ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନକୁ ସମାଲୋଚନା କରିଛି ବିଜୁ ମହିଳା ଜନତା ଦଳ। ମହିଳା ବିଜେଡିର ଉପଦେଷ୍ଟା ତଥା ମୁଖପାତ୍ର କସ୍ତୁରୀ ମହାପାତ୍ର କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେଥି ପାଇଁ ନାରୀ ନିର୍ଯାତନାକୁ ଆ‌ଳ କରିଛି। ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ବିଜେପି ମହିଳା ମୋର୍ଚ୍ଚା ପରିପ୍ରକାଶ କରୁଛି। ବିହାର ଆଶ୍ରମରେ ସଂଖ୍ୟାଧିକ ଛାତ୍ରୀ ଦୁଷ୍କର୍ମର ଶିକାର ହେଲେ। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଓ ସେହି ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବାରୁ ତାଙ୍କୁ କାହିଁକି ମହିଳା ବିଜେପି ଚୁଡ଼ି ପିନ୍ଧାଇଲେ ନାହିଁ ? ତାଙ୍କର ବହିଷ୍କାର ପାଇଁ କାହିଁକି ଦାବି କଲେନି ? ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସର୍ବଦା ମହିଳାଙ୍କ ସମ୍ମାନ, ନିରାପତ୍ତା, ସଶକ୍ତ ଓ ବିକାଶ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି। କିଛି ପ୍ରସଙ୍ଗ ନ ଥାଇ ବିଜେପି ଯେତେ‌ ମିଛରେ ପ୍ରତିବାଦ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି ମହିଳା ବିଜେପି ଏପରି ପ୍ରତିବାଦ କରି ନିଜର ରୁଢ଼ିବାଦୀ ଚିନ୍ତାଧାରାକୁ ପ୍ରତିପାଦନ କରିଛନ୍ତି।

ସମ୍ବନ୍ଧିତ ଖବର