ସମ୍ବଲପୁର : ସୋହେଲା ଜେଲରୁ ଆସି ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ଜୟ ନାରାୟଣ ମିଶ୍ର

0 492

ସମ୍ବଲପୁର:  ବିଜେପୁର ଉପ ନିର୍ବାଚନ ସମୟରେ  ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ  ବନବିରା ଗାଁ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ୍ରାକ୍ରମଣ ଓ ତାଙ୍କ ଡ୍ରାଇଭରକୁ  ହତ୍ୟା ମାମଲାରେ   ସମ୍ପକ୍ତ ଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇ ସୋହେଲା ଜେଲରେ ଥିବା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଆଜି ସମ୍ବଲପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ଭିତରେ ଶ୍ରୀ ମିଶ୍ରଙ୍କୁ ବରଗଡ଼ ପୁଲିସ ଆଣି ସମ୍ବଲପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରିଛି।

ସୂଚନାଯୋଗ୍ୟ ଯେ ସୋହେଲା ଜେଲରେ ଥିବା ଶଅୀ ମିଶ୍ରଙ୍କୁ ଆଜି ଏକ ପୁରୁଣା ମାମଲାରେ  ସମ୍ବଲପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିିଲା। ଗତ ବର୍ଷ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଶ୍ରୀ ମିଶ୍ରଙ୍କ ନାମରେ ଥିବା ମାମଲା ମଧ୍ୟରୁ ଗୋଟିଏ  ମାମଲାରେ ତାଙ୍କୁ ଆଜି ସମ୍ବଲପୁର କୋର୍ଟରେ ହାଜର କରାଯାଇଛି। ସେହିପରି ବରବିରା ଗାଁ ହତ୍ୟାକାଣ୍ଡ ମାମଲାରେ ଶ୍ରୀ ମିଶ୍ର ଜାମିନ ପାଇଁ  ଗତକାଲି ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.