ସିଇଓଙ୍କୁ ଫେରାଦ ହେଲା ବିଜେପି

ବରଗଡ଼ ପୌର ପରିଷଦକୁ ବିବାଦକୁ ଟାଣିଲେ, ସରକାରୀ ଅଫିସରଙ୍କୁ ବି ଟାେର୍ଗଟ କଲେ

ଭୁବନେଶ୍ବର : ବରଗଡ ପୌର ପରିଷଦ କର୍ତୃପକ୍ଷ ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ଏବଂ ପ୍ରାର୍ଥୀଙ୍କ ନାଁ ବିଭିନ୍ନ ଓାର୍ଡରେ େଲଖୁଛନ୍ତି। ବିଜେଡି ଦଳର ପ୍ରସାର ଏବଂ ପ୍ରଚାର କରି ତଳେ ମଧ୍ୟ ସୌଜନ୍ୟରେ ବରଗଡ ମ୍ୟୁନିସପାଲଟି େଲଖିବାକୁ ଭୁଲୁ ନାହାନ୍ତି। ସିଧାସଳଖ ପୌର କର୍ତୃପକ୍ଷ ନିଜେ ବିଜେଡି ଦଳର ପ୍ରଚାର ଓ ପ୍ରସାରରେ ମାତିଛନ୍ତି। ଆଜି ଏଭଳି ସଙ୍ଗିନ ଅଭିେଯାଗ ଆଣି ବିେଜପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ େଫରାଦ େହାଇଛି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି େବାଲି ଦର୍ଶାଇ ଦଳ କହିଛି, କର୍ତୃପକ୍ଷଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଶୁକ୍ରବାର ବିେଜପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ େଭଟିଥିଲେ। ପରେ ଗଣମାଧ୍ୟମକୁ ସୂଚନା େଦଇ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଗତ ମାର୍ଚ୍ଚ ମାସ ୧୦ ତାରିଖରୁ ଲାଗୁ ହୋଇସାରିଛି। କିନ୍ତୁ ଏହାକୁ ଉଲ୍ଲଂଘନ କରି ବରଗଡ ଜିଲ୍ଲା ପୌର ପରିଷଦର ଗଙ୍ଗନଗର ୱାର୍ଡ ନମ୍ବର-୧୪ରେ ବିଜୁ ଜନତା ଦଳର ଚିହ୍ନ ଏବଂ ନାଁକୁ ୱାଲିଙ୍ଗ୍ କରାଯାଉଛି। ଯେଉଁ ସରକାରୀ ଅଫିସର ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ଆଇନଜୀବୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।େକବଳ ଏହି େଗାଟିକ ନୁହେଁ, ବିେଜପି ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସାମ୍ନାରେ ଆଉ ଏକ ଗୁରୁତର ଅଭିେଯାଗ କରିଛି। ବିେଜପି କହିଛି, ସରକାରୀ ଅଫିସରମାନେ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଛେଣ୍ଡିପଦା ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କ ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଭାଇରାଲ ହୋଇଛି। ସେଥିରେ କୁହାଯାଇଛି, ବିଡିଓ, ଜିଲ୍ଲାପାଳ ଏବଂ ରାଜ୍ୟ ଗୁଇନ୍ଦା ବିଭାଗର ଅଧିକାରୀମାନେ ବିଜେଡି ଟିକେଟ ବଣ୍ଟନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ସରକାରୀ ଅଫିସର ମାନେ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଖୋଦ୍ ବିଜେଡି ବିଧାୟକ କହିଛନ୍ତି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେଡି ସଂପୂର୍ଣ୍ଣ ଭାବେ ସରକାରୀ କଳକୁ ରାଜନୀତି କରଣ କରୁଛି ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ସମ୍ବନ୍ଧିତ ଖବର