ପ୍ରତାପଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ସରକାରୀ କର୍ମଚାରୀଙ୍କ ବଦଳି ଉପରେ ବି ପ୍ରଶ୍ନ ଉଠିଲା

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ସବୁ ଦିନ ରାଜ୍ୟସରକାରଙ୍କ ମନ୍ତ୍ରୀ ତଥା ଶାସକ ବିଜେଡିର ନେତାମାନେ ଏହାକୁ ଉଲ୍ଲଘଂନ କରିଚାଲିଛନ୍ତି । ଗତକାଲି ମନ୍ତ୍ରୀ ପ୍ରତାପ ଜେନା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଜିତାଉଥିବା ପଂଚାୟତକୁ ୩୫ ଲକ୍ଷ ଟଙ୍କା ଓ ସର୍ବାଧିକ ଭୋଟ ଦେଇ ଜିତାଉଥିବା ଥିବା ବୁଥକୁ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ଶାସକ ଦଳର ମନ୍ତ୍ରୀ ଲାଞ୍ଚ ଯାଚିବା ଧର୍ତବ୍ୟ ଅପରାଧ।

ଏମିତି ଅଭିେଯାଗ ଆଣି ବିେଜପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛନ୍ତି । ବିେଜପି ଅଭିେଯାଗ କରିଛି, ନିର୍ବାଚନର ଆଦର୍ଶ ଆଚରଣବିଧି ଉଲ୍ଲଘଂନ କରିଥିବାରୁ ବିଜୁ ଜନତା ଦଳର ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆଗାମୀ ୨୦୧୯ ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରାଯାଉ। ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିିଧି ଦଳ ଦାବି କରିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ,ମନ୍ତ୍ରୀ ପଦରେ ଥାଇ ପ୍ରତାପ ଜେନା ଏକ ସାଧାରଣ ସଭାରେ ଭୋଟରଙ୍କୁ ଟଙ୍କା ଯାଚିବା ଗତକାଲି ଏକ ଘରୋଇ ଟିଭି ନିଉଜ ଚ୍ୟାନେଲରେ ପ୍ରସାରଣ ହୋଇଛି । ଏହା ସହ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ପ୍ରଶାନ୍ତ ବେହେରାଙ୍କୁ ବିଜୟୀ କରାଇବା ପାଇଁ କହିଛନ୍ତି । ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ସହ ଧାରା ୧୭୧ (ଖ) ଏବଂ ୧୭୧ (ଗ) ଅନୁଯାୟୀ ଧର୍ତବ୍ୟ ଅପରାଧ ।

େସହିପରି ବିେଜପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଆଉ ଏକ ଅଭିେଯାଗ ରଖିଛି। ଦଳ କହିଛି, ନିର୍ବାଚନରେ ବିଜେଡି ହାରିବା ଭୟରେ ଅଫିସରମାନଙ୍କୁ ବଦଳି କରାଯାଉଛି। ଯେଉଁ ଅଫିସରମାନେ ବିଡିଓ ଅଛନ୍ତି ସେମାନଙ୍କୁ ସେହି ବ୍ଲକରେ ତହସିଲଦାର କରି ରଖାଯାଉଛି। ରାଜ୍ୟରେ ଆଗାମୀ ନିର୍ବାଚନ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ବିଜେପି ପ୍ରତିନିଧିମାେନ ଦାବି କରିଛନ୍ତି। ଗଂଜାମ ଜିଲ୍ଲାର ରଙ୍ଗେଲିଲୁଣ୍ଡା ବ୍ଲକର ବିଡିଓ କୁମାର ନାଗଭୂଷଣ ଶାସକ ଦଳକୁ ସୁହାଇବା ଭଳି କାମ କରୁଛନ୍ତି େବାଲି ବିେଜପି ସିଇଓଙ୍କୁ ଜଣାଇଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ନିର୍ବାଚନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ରବିଶଙ୍କର ପଟ୍ଟନାୟକ, ସୂର୍ଯ୍ୟନାରାୟଣ ଦାସ, ଜୟନ୍ତ ଜେନା ପ୍ରମୁଖ ସାମିଲ େହାଇଥିଲେ।

ସମ୍ବନ୍ଧିତ ଖବର