ଭୁବନେଶ୍ବର : ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି। ସେହିପରି ବ୍ରହ୍ମପୁର ନଗର ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ରୂପେଶ୍ବର ମହାପାତ୍ର ଓ ତାଙ୍କର ୪୦୦ରୁ ଉର୍ଦ୍ଧ୍ବ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ମାଝୀ ଓ ଶ୍ରୀ ମହାପାତ୍ରଙ୍କୁ ନବୀନ ସ୍ବାଗତ କରିବା ସହ ଶ୍ରୀ ମାଝୀଙ୍କ ପ୍ରତ୍ୟାବର୍ତ୍ତନ ଖରିଆର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଶ୍ରୀ ମାଝୀ ପୂର୍ବରୁ ଜନତା ଦଳ ଓ ବିଜୁ ଜନତା ଦଳରୁ ଦୁଇଥର ଲେଖାଏଁ ଖରିଆରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଧାୟକ ତଥା ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପର୍ଯ୍ୟବେକ୍ଷକ ରବି ପାଣି, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଉପଦେଷ୍ଟା ସଂଜୟ ବାବୁ, କନ୍ଧମାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।