ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୟ କାତିଆର୍

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ, ବରଗଡ ଜିଲ୍ଲା ଅତାବିରା ଏବଂ ସମ୍ବଲପୁର ଜିଲ୍ଲା ରେଢାଖୋଲରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୟ କାତିଆର୍ । ଶ୍ରୀ କାତିଆର୍ ଆସନ୍ତାକାଲି ସକାଳେ ଭୁବନେଶ୍ୱର ପହଂଚି ସେଠାରୁ ବଲାଙ୍ଗୀର ଜିଲ୍ଲା ଗସ୍ତ କରିବେ । ଦିନ୧୨ଟାରେ ଶ୍ରୀ କାତିଆର୍ ବଲାଙ୍ଗୀର ଜିଲ୍ଲା ଖପରାଖୋଲ ହାଇସ୍କୁଲ ପଡିଆରେ ପହଂଚି କାର୍ଯ୍ୟକର୍ତା ସମାବେଶରେ ଯୋଗଦେବେ ।

ସମାବେଶ ପରେ ଶ୍ରୀ କାତିଆର୍ ବରଗଡ ଜିଲ୍ଲା ଅତାବିରା ଭେଡେନ ବ୍ଲକ ରେମୁଣ୍ଡା ଗ୍ରାମ ପଂଚାୟତ ଥଉପାଲି ଧନୁଯାତ୍ରା ପଡିଆରେ
ଦିନ ୧ଟାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ । ସଭା ପରେ ଶ୍ରୀ କାତିଆର୍ ସମ୍ବଲପୁର ଜିଲ୍ଲା ରେଢାଖୋଲ
କଦମ ପଡିଆରେ ଅପରାହ୍ନ ୩ ଟାରେ ପହଂଚି ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ
ଶ୍ରୀ କାତିଆର୍ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ
ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଏବଂ
ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର