ଭବାନୀପାଟଣାରେ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭବାନୀପାଟଣା: ବିଜେପି ରାଷ୍ଟ୍ରୀୟ ଅଧ୍ରକ୍ଷ ଅମିତ ଶହା ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ପହଞ୍ଚିିଛନ୍ତି।  ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଶ୍ରୀ ଶାହ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଅବତରଣ କରିବା ପରେ କାରକେଡ୍‌ରେ ଷ୍ଟାଡିୟମ ଅଭିମୁଖେ ଯାଇଥିଲେ। ତେବେ ଶ୍ରୀ ଶାହଙ୍କୁ ଡିଆଇପିଆରଓ ଅଫିସ ନିକଟରେ କେତେକ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ।

ଭବାନୀପାଟଣା ଷ୍ଟାଡିୟମଠାରେ    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ,  ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ପ୍ରମୁଖ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର