ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ପଳାତକ ଘୋଷଣା ପ୍ରକ୍ରିୟା ଆରମ୍ଭ

କଣାସ : ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୁଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଖୁବଶୀଘ୍ର ସେ ଆତ୍ମସମର୍ପଣ ନ କଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ପୁରୀ ଏସପି କହିଛନ୍ତି । ଏହି ଘଟଣାରେ ପୁଲିସ ଗତକାଲି ଓମ୍ ପ୍ରକାଶଙ୍କ ୨ ଜଣ ସମର୍ଥକଙ୍କୁ ଗିରଫ କରିଛି ।

ମଙ୍ଗଳବାର ଦିନ ମତଦାନ ବେଳେ କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ଭିତରେ ନିଜ ସମର୍ଥକଙ୍କ ସହ ଓମପ୍ରକାଶ ଧସେଇ ପସି ପ୍ରିଜାଇଣ୍ଡିଂ ଅଫିସରଙ୍କୁ ମାଡ ମାରିବା ସହ ଇଭିଏମ ଭାଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ବିରୋଧ ଗଡିଶାଗୋଦା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ତାଙ୍କ ବିରୋଧରେ ପୁଲିସ ଅପରାଧିକ ମାମଲା ରୁଜୁ କରିଛି । ଏହି ଘଟଣାରେ ୨ ଜଣ ଗିରଫ ବି ହୋଇସାରିଛନ୍ତି । ଓମପ୍ରକାଶଙ୍କ ବିରୋଧରେ ପୁଲିସ ବହୁ ସଂଗୀନ ଦଫାରେ ମାମଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର