‘ଚା‌ଷୀଙ୍କୁ ଅବହେଳା ମହଙ୍ଗା ପଡ଼ିଲା’

ଭୁବନେଶ୍ବର: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଦେଶର ଜନତାଙ୍କୁ ମନୋଭାବକୁ ପ୍ରଦର୍ଶନ କରୁଛି। ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେଲା, ସେଗୁଡ଼ିକ ମୁଖ୍ୟତଃ କୃଷିପ୍ରଧାନ ରାଜ୍ୟ। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କ ପାଇଁ କୌଣସି ଆଖିଦୃଶିଆ କାମ କରି ନାହିଁ। ବିଶେଷ କରି ଏମ୍‌ଏସ୍‌ପି ଓ ଏମ୍ଏସ୍ ସ୍ବାମୀନାଥନ୍ କମିଟି କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇ ନାହାନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ତିନି ଦଳ କଂଗ୍ରେସ, ଟିଆର୍‌ଏସ୍ ଓ ଏମ୍‌ଏନ୍‌ଏଫ୍‌କୁ ନିର୍ବାଚନୀ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର