ଏସ୍‌ପିଙ୍କ ଅଫିସ ଘେରିଲା ବିଜେପ

ରାଜଶ୍ରୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ
ଡାକ୍ତରଙ୍କ ବିରୋଧରେ ଟାଉନ ଥାନାରେ ଏତଲା

ବାଲେଶ୍ୱର : ଭୋଗରାଇରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ କରିଥିବା ରାଜଶ୍ରୀ କମିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ନେଇ ପୁଲିସକୁ ଦାୟୀ କରିଛି ବିଜେପି। ଏହାକୁ ନେଇ ବାଲେଶ୍ୱର ଏସପି ନୀତି ଶେଖରଙ୍କ କାର୍ଯ୍ୟାଳୟ ଆଗରେ ଦଳ ବିକ୍ଷୋଭ କରିଛି। ସ୍ଲୋଗାନ ଓ ନାରାବାଜି ସହିତ ରାଜଶ୍ରୀଙ୍କ ଆଜି ଏ ଅବସ୍ଥା ପାଇଁ ପୁଲିସ ଦାୟୀ ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ହସ୍ପିଟାଲରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ, ରାଜଶ୍ରୀଙ୍କୁ କାହା ଚାପରେ କୋର୍ଟରେ ହାଜର କରାଗଲା ବୋଲି ଦଳ ପ୍ରଶ୍ନ କରିଛି। ଏ ନେଇ ବିଜେପି ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ଜିଲ୍ଲା ଉପସଭାପତି ପର୍ଶୁରାମ ବେହେରା, ବିଜେପିର ରେମୁଣା ବ୍ଲକ୍‌ ସଭାପତି ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଏଥିରେ ସାମିଲ ଥିଲେ। ଏହା ସହିତ ବିଜେପି ପକ୍ଷରୁ ରାଜଶ୍ରୀଙ୍କୁ ଡିସଚାର୍ଜ କରିଥିବା ବାଲେଶ୍ୱର ଡାକ୍ତରଖାନାର ଡାକ୍ତରଙ୍କ ବିରୋଧରେ ଟାଉନଥାନାରେ ଏତଲା ଦିଆଯାଇଛି। ସେପଟେ ରାଜଶ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦଳର ନେତାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର