ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଓଡିଆ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ୧୯ ବର୍ଷ ଧରି ଶାସନ କରୁଥିବା ଅପାରଗ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଗରିବ ଘରର ପିଲା ଉଚିତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ନବୀନ ନିଜେ ଓଡିଆ ସ୍କୁଲରେ ପାଠ ପଢିନଥିବାରୁ ଓଡିଆ ସ୍କୁଲର ପିଲାଙ୍କ ପାଠ ପଢା ପ୍ରତି ତାଙ୍କର ଦରଦ ନାହିଁ । ସରକାରୀ ସ୍କୁଲର ପାଠ ପଢା ନିମ୍ନସ୍ତରକୁ ଯାଉଥିବା ବିଷୟରେ ଅନେକ ଥର ବିଧାନସଭାରେ ଓ ଗଣମାଧ୍ୟମରେ ଆଲୋଚନା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ୧୯ ବର୍ଷର ଶାସନରେ ଶିକ୍ଷା କ୍ଷେତ୍ରରେ ନବୀନ ସରକାରଙ୍କ ଚରମ ବିଫଲତା କାରଣରୁ ଓଡିଆ ପିଲାଙ୍କ ଭବିଷ୍ୟତ ଆଜି ଅନ୍ଧକାରମୟ ହୋଇଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ରାଜ୍ୟ ଉପସଭାପତି ସମିର ମାହାନ୍ତି ।

ଶ୍ରୀ ମାହାନ୍ତି କହିଛନ୍ତି କୋଟିଏ ମୁର୍ଖଙ୍କ ମୁଖିଆ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୧କୋଟି ୨ ଲକ୍ଷ ଲୋକ ହେଉଛନ୍ତି ନିରକ୍ଷର । ରାଜ୍ୟ ସାକ୍ଷରତା ମିଶନର ମୁଖ୍ୟ ହେଉଛନ୍ତି ନିଜେ ଖୋଦ୍‌ ମୁଖ୍ୟମନ୍ତ୍ରୀ । ରାଜ୍ୟ ସାକ୍ଷରତା ମିଶନ ୨୦୦୧ ମସିହାରେ ଗଠିତ ହୋଇଥିବାବେଳ ଏବେ ସୁଧା ୧୮ ବର୍ଷ ଭିତରେ ଥରୁ ଟିଏ ହେଲେ ବସି ନାହଁ ଏହାର ବୈଠକ ।

ଶ୍ରୀ ମହାନ୍ତି କହିଛନ୍ତି ୭% ସରକାରୀ ବିଦ୍ୟାଳୟ ଏବେ ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ଚାଳୁଛି । ଆପଣମାନେ ଜଣେଲେ ଆଶ୍ଚର୍ଯ୍ୟ ହେବେ ୬୬% ସରକାରୀ ସ୍କୁଳରେ ୩୦ ଜଣ ଶିକ୍ଷକଙ୍କ ପାଇଁ ଜଣେରୁ କମ୍‌ ଶିକ୍ଷକ ଅଛନ୍ତି । ଯାହା ଶିକ୍ଷା ଅଧିକାର ନିୟମ ଅନୁସାରେ ୩୦ ଜଣ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ରହିବା ଦରକାର । ୩୬ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ କାମଚଳା ପ୍ରଧାନ ଶିକ୍ଷକ କାମକରୁଛନ୍ତି । ଦିନ ଦିନ ଧରି ଶିକ୍ଷକ ମାନେ ରାଜଧାନୀର ଲୋୟର ପିଏମ୍‌ଜିରେ ଧାରଣାରେ ବସିରହୁଛନ୍ତି । ରାଜ୍ୟ ସରକାରଙ୍କ ସେଥିପ୍ରତି ଧ୍ୟାନ ନାହିଁ । ମୁଖ୍ୟମନ୍ତ୍ରୀ ଦିନେ ହେଲେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିନାହାନ୍ତି । ମୋ ଗାଁ ମୋ ବିକାଶ ନାଁ ରେ ସମ୍ବିଧାନ ବିଧିବିଧାନକୁ ଭାଙ୍ଗି ବିନା ଟେଣ୍ଡରରେ ୧୨୦୦ କୋଟି ଟଙ୍କାର କାମ ନିଜ ଦଳର ଠିକାଦାର ମାନଙ୍କୁ ବାଣ୍ଟୁଛନ୍ତି । ବିଜୁ ଯୁବ ବାହିନୀ ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି । ହେଲେ ଶିକ୍ଷକମାନଙ୍କ ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜକୋଷରେ ଅର୍ଥ ନାହିଁ । କେଉଁ ମନୋଭାବ ରଖି ଓଡିଆ ଲୋକମାନଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯାଉଛି ?

ସମ୍ବନ୍ଧିତ ଖବର