ପରାଜୟ ଭୟରେ ଭୟଭୀତ ହୋଇ ନୀତି ନିୟମକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରର୍ଥୀ ଶ୍ରୀ ବୁଢାନ ମୁର୍ମୁ ଚାକିରି ଛାଡି ମୟୁରଭଞ୍ଜବାସୀଙ୍କ ସେବା କରିବା ପାଇଁ ଉଚ୍ଛା ପ୍ରକାଶ କରିଥିଲେ । ଗତ ୪ ତାରିଖରୁ ସେ ଇସ୍ତଫା ପତ୍ର ଦେଇଥିଲେ ଏପର୍ଯ୍ୟନ୍ତ ଇସ୍ତଫା ଦେବାର ୭ ମାସ ବିତିଗଲାଣି, ହେଲେ ରାଜ୍ୟ ସରକାର ଶ୍ରୀ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ  କରି ସ୍ୱୀକୃତି ଦେଉନାହାନ୍ତି । ଶ୍ରୀ ମୁର୍ମୁ ବାରମ୍ବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ କହିଲା ପରେ ବି ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ରକୁ ଅନୁମୋଦନ କରାଯାଇ ନାହିଁ । ଏଥିରୁ ପଷ୍ଟ ଜଣା ଯାଉଛି ଯେ ନବୀନବାବୁଙ୍କୁ ହାରିବାର ଭୟ ଘାରୁଛି ସେ ସମ୍ବିଧାନକୁ ଭୁଲି ଯାଇଛନ୍ତି । ନିୟମ ଅନୁସାରେ ଇସ୍ତଫା ପତ୍ର ଦେବାର ୩ ମାସ ଭିତରେ ସରକାରଙ୍କ ତରଫରୁ ଏହାକୁ ସ୍ୱୀକୃତି ଦେବାକୁ ପଡିଥାଏ କିନ୍ତୁ ଇସ୍ତଫା ପତ୍ର ଦେବାର ୬ ମାସ ବିତିଗଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନାହିଁ କାହିଁକି ? ଆଦିବାସୀ ଜିଲ୍ଲାର ଜଣେ ଶିକ୍ଷତ ଡାକ୍ତର ରାଜନୀତିକୁ ଆସି ଲୋକଙ୍କ ସେବା କରିବାକୁ ଚାହିୁଁ ଥିବା ବେଳେ ମୁଖ୍ୟମନ୍ତ୍ରୀ ସେଥିରେ କାହିଁକି ବାଧକ ସାଜୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର